ଉତ୍ପାଦନ କ୍ଷେତ୍ରରେ ନାଲ୍‌କୋର ସର୍ବକାଳୀନ ରେକର୍ଡ, ୨୨-୨୩ ବର୍ଷରେ ୧୫୪୪ କୋଟି ନିଟ୍‌ ଲାଭ

ଭୁବନେଶ୍ୱର ୨୫।୦୫: କେନ୍ଦ୍ରଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼(ନାଲକୋ)ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ର ଫଳାଫଳ ଘୋଷିତ ହୋଇଛି। କମ୍ପାନୀ ସମସ୍ତ ବ୍ୟବସାୟିକ ୟୁନିଟରେ ଉନ୍ନତ ଦର୍ଶନ କରିବା ସହ ସର୍ବାଧିକ ବାର୍ଷିକ ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି।

ତେବେ ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ନାଲକୋ ଆର୍ଥିକ ବର୍ଷ ୨୦୨୨-୨୩ରେ ୧୫୪୪ କୋଟି ଟଙ୍କାର ନିଟ ଲାଭ ସହ ସମୁଦାୟ ୧୪,୨୫୫ କୋଟିର ମୋଟ ଆୟ କରିଛି। ମାର୍ଚ୍ଚ ୨୦୨୩ରେ ଶେଷ ହୋଇଥିବା ଚତୁର୍ଥ ତ୍ରୈମାସିକରେ କମ୍ପାନୀର ନିଟ ଲାଭ ୫୨୨ କୋଟି ଟଙ୍କା ହୋଇଥିବା ବେଳେ ଆର୍ଥିକବର୍ଷ ୨୦୨୨-୨୩ର ତୃତୀୟ ତ୍ରୈମାସରେ ନିଟ ଲାଭ ୨୭୪ କୋଟି ଟଙ୍କା ଥିଲା।
ଉଲ୍ଲେଖଯୋଗ୍ୟଯେ,ଉତ୍ପାଦନ ଖର୍ଚ୍ଚ ବୃଦ୍ଧି,ବିଶ୍ୱ ବାଣିଜ୍ୟିକ କାରବାରରେ ଦେଖାଦେଉଥିବା ବିଭିନ୍ନ ପ୍ରତିବନ୍ଧକ, ଯୋଗାଣ-ଚାହିଦା ଏବଂ ବଜାର ଅସ୍ଥିରତା ଯୋଗୁଁ କମ୍ପାନୀର ଲାଭ ପରିମାଣ ପ୍ରଭାବିତ ହୋଇଛି। ଏସବୁ ସତ୍ତ୍ୱେ ମଧ୍ୟ କମ୍ପାନୀ ବ୍ୟବସାୟର ବିଭିନ୍ନ ଦିଗରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି।
ନାଲକୋ ଆର୍ଥିକ ବର୍ଷ ୨୦୨୨-୨୩ରେ ଏହାର ବ୍ୟବସାୟିକ ଉତ୍କର୍ଷର ଯାତ୍ରାରେ ନିଜର ଅଭିବୃଦ୍ଧି ଜା ରି ରଖିଅଛି। ସମସ୍ତ ୟୁନିଟରେ ଉନ୍ନତ ପ୍ରଦର୍ଶନ ସହ ସର୍ବାଧିକ ୭୫.୫୧ ଲକ୍ଷ ଟନ୍ ର ବକ୍ସାଇଟ୍ ଉତ୍ତୋଳନ ଏବଂ ୨୧.୦ଲକ୍ଷ ଟନ୍ ର ନେମପ୍ଳେଟ କ୍ଷମତାକୁ ଅତିକ୍ରମ କରି ୧୦୧.୧ ପ୍ରତିଶତ କ୍ଷମତା ପ୍ରଦର୍ଶନ ସହ ୨୧.୨୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ ଉତ୍ପାଦନ କରାଯାଇଛି। ସ୍ମେଲ୍ଟର ପ୍ଳାଣ୍ଟରେ ପୂର୍ଣ୍ଣ କ୍ଷମତା ସହ କ୍ରମାଗତ ଭାବେ ଦ୍ଵିତୀୟ ବର୍ଷ ପା ଇଁ ୯୬୦ଟି ପଟ୍ କାର୍ଯ୍ୟକ୍ଷମ ହେବା ସହ ୪.୬ଲକ୍ଷ ଟନ୍ ର ଧାତୁ ଉତ୍ପାଦନ କରାଯାଇଛି। ସେହିଭଳି ବିକ୍ରୟ କ୍ଷେତ୍ରରେ ନାଲକୋ ସର୍ବକାଳୀନ ସର୍ବା ଧିକ ୪.୬୪ ଲକ୍ଷ ଟନ୍ ଧାତୁ ବିକ୍ରୟର ରେକର୍ଡ ହାସଲ କରିଛି।ଯେଉଁଥିରେ ସର୍ବୋଚ୍ଚ ଘରୋଇ ଧାତୁ ବିକ୍ରୟ ମଧ୍ୟ ଅନ୍ତର୍ଭୁକ୍ତ।

ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ର କହିଛନ୍ତି ଯେ,ବାର୍ଷିକ ଫଳାଫଳ ଗୁଡିକ ଉଲ୍ଲେଖନୀୟ ପରିଚାଳନାଗତ ପ୍ରଦର୍ଶନ,ବ୍ୟବସାୟିକ ତଥା ବିକ୍ରୟ କ୍ଷେତ୍ରରେ ଦୃଢକାର୍ଯ୍ୟ ଦକ୍ଷତା ଏବଂ ଅଭିବୃଦ୍ଧିଦ୍ୱାରା ସମ୍ଭବ ହୋଇପାରିଛି। କଞ୍ଚାମାଲର ସଦୂପଯୋଗ ଏବଂ ବିଭିନ୍ନ ବ୍ୟୟ ସଞ୍ଚୟ ପଦକ୍ଷେପ ଦ୍ଵାରା କମ୍ପାନୀ ଲାଭାନ୍ଵିତ ହୋଇଛି। ଆମେ କମ୍ପାନୀର ଉତ୍ତମ ଭବିଷ୍ୟତ ଏବଂ ଅଭିବୃଦ୍ଧି ନିମନ୍ତେ ଆଶାବାଦୀ ଓ ସର୍ବଦା ପ୍ରତିଶ୍ରୁ ତିବଦ୍ଧ ବୋଲି ସେ କହିଛନ୍ତି। ବର୍ତ୍ତମାନ ସମୟରେ କମ୍ପାନୀ ଏହାର୫ମ ଷ୍ଟ୍ରିମ୍ରି ଫାଇନାରୀ ପ୍ରକଳ୍ପର ଶୀଘ୍ର ସମାପ୍ତି ଏବଂ ଓଡ଼ିଶାର ଉତ୍କଳଡି ଏବଂ ଇକୋଇଲା ବ୍ଲକର ବିକାଶ ଉପରେ ଗୁରୁତ୍ତ୍ଵ ଦେଉଛି। ପ୍ରତିକୂଳ ବଜାର ପରିସ୍ଥିତିକୁ ସାମ୍ନା କରିବାରେ,ଉଦୀୟମାନ ସୁଯୋଗ ନିମନ୍ତେ ପୁଞ୍ଜିନିବେଶ ଏବଂ ହିତାଧିକାରୀ ମାନଙ୍କୁ ଦୀର୍ଘକାଳୀନ ମୂଲ୍ୟପ୍ରଦାନ କରିବାରେ ଏହି ପ୍ରକଳ୍ପ ଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପାତ୍ର ଆଶା ପ୍ରକଟ କରିଛନ୍ତି।

Leave a Reply

Your email address will not be published. Required fields are marked *