ନନ୍ଦାହାଣ୍ଡି ମଣ୍ଡଳ ସ୍ତରୀୟ ଶିଶୁ ମୋହଛବ ସୁରଭି ଅନୁଷ୍ଠିତ ।

ଉଦଘାଟନୀ ଉଚ୍ଛବରେ ମୁଖ୍ୟ ଅତିଥି ରୂପରେ ଯୋଗ ଦେଲେ ପଞ୍ଚମ ଶ୍ରେଣୀର ସ୍କୁଲ ଛାତ୍ରୀ ଆଜି ନନ୍ଦାହାଣ୍ଡି ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ନନ୍ଦାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମର ଉଦଘାଟନୀ ଉଚ୍ଛବରେ ମୁଖ୍ୟ ଅତିଥି ଭାବେ ସାଗରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ରୀ କୁମାରୀ ସାଲୋମି ସେରନ ଟାକରି ଯୋଗ ଦେଇ ଦ୍ବୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଧନୁର୍ଜୟ ମାଝୀ, ନନ୍ଦାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳଭଦ୍ର ସୁନାନୀ ଯୋଗଦାନ କରିଥିବା ବେଳେ ନନ୍ଦାହାଣ୍ଡି ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ଜାନି ସଭାପତିତ୍ୱ କରିଥିଲେ । ଆଜିର ସୁରଭି କାର୍ଯ୍ୟକ୍ରମରେ ନନ୍ଦହାଣ୍ଡି ବ୍ଲକର ସମସ୍ତ କ୍ଲଷ୍ଟରରୁ 210 ଜଣ କୃତି ଛାତ୍ରଛାତ୍ରୀ ଯୋଗଦାନ କରି ବକ୍ତୃତା,ବିତର୍କ, ରଚନା, ସଂଗୀତ , ନୃତ୍ୟ, ଶ୍ରୁତ ଲିଖନ, କୁଇଜ଼, ପି ଏମ ପୋଷଣ ଚିତ୍ରକଳା ଏବଂ ଶିଳ୍ପକଳା ପ୍ରତିଯୋଗିତାରେ ଭାଗ ନେଇଥିଲେ । ଆଜିର କାର୍ଯ୍ୟକ୍ରମର ଉଦଯାପନୀ ଉଚ୍ଛବରେ ମୁଖ୍ୟ ଅତିଥି ଭାବରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କେଶବ ମେହେର, ନନ୍ଦାହାଣ୍ଡି ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀ ଧନୁର୍ଯ୍ୟୟ ମାଝୀ, ଶ୍ରୀମତୀ ଉତ୍ତମା ହରିଜନ,ଦହଣ। ସଦାଶିବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅମିୟ ପ୍ରସାଦ ସ୍ୱାଇଁ, ଡଙ୍ଗରଭେଜା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ ସାହୁ, ନନ୍ଦାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ବିଜୟ କୁମାର ସାହୁ,କାର୍ଯ୍ୟକାରୀ ସମ୍ପାଦକ ଭାବରେ ନନ୍ଦାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳଭଦ୍ର ସୁନାନୀ, ମୁଖ୍ୟ ବକ୍ତା ଭାବରେ ରାଜ୍ୟପାଳ ସମ୍ମାନିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରଭାସିନୀ ମହାନ୍ତି ଯୋଗଦାନ କରିଥିବା ବେଳେ ନନ୍ଦାହାଣ୍ଡି ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି ସଭାପତିତ୍ୱ କରିଥିଲେ । ସମସ୍ତ ଉପସ୍ଥିତ ବ୍ୟକ୍ତି ବିଶେଷ ନିଜ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଲୁକ୍କାୟତ ପ୍ରତଭିର ଅନ୍ୱେଷଣ କରିବା ଦିଗରେ ଆଗଭର ହେବା ପାଇଁ ଉଚ୍ଛାହିତ କରିଥିଲେ । ପରିଶେଷରେ ସମସ୍ତ ପ୍ରତିଯଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟର ସରୁଗୁଡାର ଛାତ୍ରୀମାନେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଆଜିର କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଦାଇତ୍ୱ ଶ୍ରୀମତୀ ନାଗେଶ୍ୱରୀ ପଟ୍ଟନାୟକ ଏବଂ ଶ୍ରୀ ବିକ୍ରମ ଦାସ ନିର୍ବାହ କରିଥିଲେ ।ଆଜିର କାର୍ଯ୍ୟକ୍ରମରେ ବିଚାରକ ଭାବେ ଏବଂ କାର୍ଯ୍ୟକ୍ରମ ପରିଚାଳନା ଦାଇତ୍ୱରେ ନନ୍ଦାହାଣ୍ଡି ବ୍ଲକର ସମସ୍ତ ସିଆରସିସି ଓ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *