ଅଷ୍ଟ ପ୍ରହରୀ ନାମଯଜ୍ଞ ତ୍ରିନାଥ ଯୁବକ ସଂଘ ନୂଆବନ୍ଧ ସାହି ତରଫରୁ ଅବସରରେ ଅର୍ଣ୍ଣଭୋଗର ଆୟୋଜନ
ଅଷ୍ଟ ପ୍ରହରୀ ନାମଯଜ୍ଞ ତ୍ରିନାଥ ଯୁବକ ସଂଘ ନୂଆବନ୍ଧ ସାହି ତରଫରୁ ଅବସରରେ ଅର୍ଣ୍ଣଭୋଗର ଆୟୋଜନ । ସ୍ଥାନୀୟ ତ୍ରିନାଥ ଯୁବକ ସଂଘ ତରଫରୁ ଅଷ୍ଟପ୍ରହରୀ ନାମଯଜ୍ଞ ଅବସରରେ ଏକ ଅର୍ଣ୍ଣପ୍ରସାଦ ବଣ୍ଟନର ଆୟୋଜନ କରାଯାଇଥିଲା। ଏହି ଅର୍ଣ୍ଣପ୍ରସାଦରେ 5000ରୁ ଅଧିକ ଲୋକ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସମ୍ମାନିୟ ଅତିଥି ଓ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଭକ୍ତମାନେ ନବରଙ୍ଗପୁର ବିଗତ ବିଧାୟକଙ୍କ ଓ ତାଙ୍କର ଧର୍ମପତ୍ନୀ କୌଶଲ୍ୟା ପ୍ରଧାନି ଶ୍ରୀମତୀ ପୈରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ବିଭିନ୍ନ ୱାର୍ଡର କାଉନସିଲର ଏବଂ ଅନ୍ୟାନ୍ୟ ଅତିଥି ଗଣ ଉପସ୍ଥିତ ଥିଲେ। ପୈରପାଳିକା ପୌରାଧ୍ୟକ୍ଷ, ଏବଂ ସମସ୍ତ ସମ୍ମାନିୟ ଅତିଥି ଲୋକ ମାନଙ୍କୁ ଅର୍ଣ୍ଣଭୋଗ ପରସି ଥିଲେ। ଏହି କାର୍ଯ୍ୟକ୍ରମଟି ତ୍ରିନାଥ ଯୁବକ ସଂଘ କମିଟି ସଦସ୍ୟ ମାନଙ୍କ ଦ୍ୱାରା ଅତି ଶୃଙ୍ଖଳିତ ଭାବରେ ପରିଚାଳନା କରାଯାଇଥିଲା। ପରିବେଶଟି ଏତେ ସୁନ୍ଦର ଜଣାପଡୁଥିଲା ସତେ ଯେମିତି ହରେ କୃଷ୍ଣ ହରେ ରାମ ନାମ ରେ ପୁରା ମହଲ ଝୁମି ଉଠୁଥିଲା।ଏତେ ସଂଖ୍ୟକ ଲୋକ ଖୁସି ମନରେ ଭୋଗ ଖାଇ ଫେରିଥିଲେ । ଏପରି ଏକ ଭବ୍ୟ ଆୟୋଜନ ପାଇଁ ଜିଲ୍ଲା ବାସୀ ତରଫରୁ ସମସ୍ତ ତ୍ରିନାଥ ଯୁବକ ସଂଘ କମିଟିର ସମସ୍ତ କର୍ମକର୍ତ୍ତାମାନ ଙ୍କୁ ଏବଂ ଅନ୍ୟାନ୍ୟ ସଦସ୍ୟଙ୍କୁ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି। ୨୨ ଗୋଟିଏ କୀର୍ତ୍ତନ ଦଳ ଏହି ଅଷ୍ଟପ୍ରହରୀ ନାମଯଜ୍ଞ ରେ ସାମିଲ ହୋଇଛନ୍ତି ୩ ଦିନ ଧରି ଚାଲିଥିବା ଏହି ନାମଯଜ୍ଞ ଅଷ୍ଟପ୍ରହରୀ ତ୍ରିନାଥ ଯୁବକ ସଂଘ ନୂଆବନ୍ଧ ସାହି ।ଆଜିର ଭବ୍ୟ ଆୟୋଜନ ସମସ୍ତ ନବରଙ୍ଗପୁର ବାସିଙ୍କ ପାଇଁ ଏକ ଉଦାହରଣ ପାଲିଟିଛି ।
