ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ

ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋରଡ଼ା ବ୍ଲକ ଅଧିନରେ ଥିବା ଋଷିକୂଲ୍ୟା ସ୍ନାତକ ମହା ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ବୈଠକ(NSS )ଅନୁଷ୍ଠିତ ହୋଇଥିଲା I ଋଷିକୂଲ୍ୟା ସ୍ନାତକ ମହା ବିଦ୍ୟାଳୟ ର ସଭା ଗୃହଠlରେ ସ୍ନାତକ ମହlବିଦ୍ୟାଳୟର ଅଧକ୍ଷ ରମେଶ ଚନ୍ଦ୍ର ପାଢିଙ୍କ ଅଧ୍ୟକ୍ଷତା ରେ ଜାତୀୟ ସେବା ଯୋଜନା ବା ଏନ ଏସ ଏସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ର ପରିଚାଳକ ଡ଼.ହୃଷୀକେଶ ମିଶ୍ରଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ବିଶ୍ଵ ବିଦ୍ୟାଳୟ ସ୍ତର ରେ ସମ୍ମାନିତ ହୋଇ ଏହି ମହାବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଥିବା ଅଧକ୍ଷ ଡ଼. ହୃଷୀକେଶ ମିଶ୍ର ଓ ଛାତ୍ର ଛାତ୍ରୀଙ୍କୁ କୃତଜ୍ଞତା ଜଣାଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶ୍ଵ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସଂଯୋଜକ ଗଣେଶ ସାହୁ ଓ ସୋରଡ଼ା ସହକାରୀ କୃଷି ଅଧିକାରୀ ରାଜ କିଶୋର ସ୍ୱାଇଁ , ମହିଳା ଓ ଶିଶୁ ବିକାଶ ଅଧିକାରୀ ସରୋଜିନୀ ବେହେରା ,ବିନୋଦ ନାୟକ ,ତପନ କୁମାର ସାହୁ ,ସୁଧାଂଶୁ ଶେଖର ପଣ୍ଡା, ପ୍ରଦୀପ କୁମାର ସ୍ବାଇଁ, ଡ଼ ହୃଷିକେଶ ମିଶ୍ର ,ରମେଶ ଚନ୍ଦ୍ର ପାଢି ଇତ୍ୟାଦି ଉପସ୍ଥିତ ଅତିଥି ମାନେ ଭାରତ ସରକାରଙ୍କ ଏ ଭଳି ମହତ୍ ପଦକ୍ଷେପ ଦ୍ବାରା ଜନ ସାଧାରଣ ଙ୍କ ମନରେ ସେବା ମନବୃତ୍ତି ଓ ସ୍ୱଚ୍ଛତା କୁ ନିଜର ବ୍ରତ ଭାବେ ଗ୍ରହଣ କରି ନିଜର ପରିବେଶ କୁ ସୁରକ୍ଷିତ ରଖିବା ନେଇ ଆପଣେଇବା ଉଦ୍ଦେଶ୍ୟ ରେ ଏହିଭଳି ମହତ୍ ପଦକ୍ଷେପ ଦ୍ବାରା ଜନ ସାଧାରଣଙ୍କ ମନରେ ସେବା ମନୋବୃତି ଓ ସ୍ୱଚ୍ଛତା କୁ ନିଜର ବ୍ରତ ଭାବେ ଗ୍ରହଣ କରି ନିଜ ପରିବେଶ ସୁରକ୍ଷିତ ରଖିବା ନେଇ ଆପଣେଇବା ଉଦ୍ଦେଶ୍ୟ ରେ ନିଜ ବକ୍ତବ୍ୟ ରଖିଥିଲେ l

ଓ ସମାଜରେ ବ୍ୟବହାର ହେଉଥିବା ପଲଥିନ, ପ୍ଲାଷ୍ଟିକ ବ୍ୟବହାର କୁ ରୋକିବା , ପୁଅ ଝିଅ ଭେଦଭାବ ଓ ଭ୍ରୁଣହତ୍ୟା , ବାଲ୍ୟ ବିବାହ , ବାହ୍ୟମଳ ନିବାରଣ ଆଦି ବିଷୟରେ ଲୋକ ମାନଙ୍କୁ ସଚେତନ କରାଇବା ତାହା ସହିତ ସମାଜରେ ଏହି ଭଳି ସମସ୍ୟାର ସମାଧାନ ନେଇ ଶିବିର ଆୟୋଜନ କରି ଏହାର ମହତ୍ତ୍ଵ ଓ ଲାଭ ବିଷୟରେ ଅବଗତ କରାଇବା ଏବଂ ଚଳିତ ବର୍ଷର ସେବା ଶିବିର ପରି ଯୋଜନା କାର୍ଯ୍ୟକ୍ରମ ଖସଡ଼ା ପ୍ରସ୍ତୁତି କରାଯାଇଥିଲା l ପରିଶେଷରେ ଏହି ବର୍ଣାତ୍ୟ ଉତ୍ସବ ରେ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାଢି ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରି ଏହି କାର୍ଯ୍ୟ କ୍ରମ ପରିସମପ୍ତି କରିଥିଲେ l

Leave a Reply

Your email address will not be published. Required fields are marked *