ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ସେବା ଓ ସ୍ଵାଭିମାନୀ ହେଉଛି ଆମ ମନ୍ତ୍ର, ବିକାଶ ଆମ ପରିଚୟ।ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କର୍ମେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ବ୍ରହ୍ମଗିରି ବ୍ଲକ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ବ୍ରହ୍ମଗିରି ବ୍ଲକ ଉତ୍ତରସ୍ଵର ମନ୍ଦିର ପ୍ରାଙ୍ଗଣ ଠାରୁ ପ୍ରାୟ ତିନି କିଲୋମିଟର ପଦଯାତ୍ରା ଆରମ୍ଭ ହୋଇ ଅଲାରନାଥ ଲାଇବ୍ରେରୀ ଠାରେ ପହଞ୍ଚି ଏକ ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସଭା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପରମ ପୂଜ୍ୟ ଜାତୀର ପିତା ମାହାତ୍ମ୍ୟା ଗାନ୍ଧି ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି।

ବ୍ରହ୍ମଗିରି ବ୍ଲକ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ବିଦ୍ୟାଧର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଶ୍ରୀ ଦାସବର୍ମା କହିଛନ୍ତି ବିଜେପିର ସଂସ୍କୃତି ଓ ପରିଚୟ ହେଉଛି ମିଛ। ସେମାନେ ମିଛ ପ୍ରତିଶୃତି, ମିଛ କାହାଣୀ କହି ଓଡ଼ିଶାରେ ଶାସନକୁ ଆସିଛନ୍ତି। ସେମାନେ ମିଛ କହି ନିର୍ବାଚନ ଜିତି ପାରନ୍ତି ଲୋକଙ୍କ ହୃଦୟ ନୁହେଁ। ୩୦୦ ୟୁନିଟ ବିଜୁଳି, ୩ ହଜାର ଟଙ୍କା ଭତ୍ତା, ସୁଭଦ୍ରା ଯୋଜନାରେ ମା ମାନଙ୍କୁ ୫୦ ହଜାର ଟଙ୍କା ଆଦି ପ୍ରସଙ୍ଗରେ ବିଜେପି ମିଛ କହିଛି। ନିର୍ବାଚନ ସମୟରେ ହାତୀ ଦେବୁ, ଘୋଡ଼ା ଦେବୁ କହି ସେମାନେ ଭୋଟ ନେଲେ, ମାତ୍ର ନିର୍ବାଚନ ପରେ ସବୁକିଛି ଭୁଲିଗଲେ। ଏବେ ରାଜ୍ୟରେ ଦରଦାମ ବୃଦ୍ଧି ଚାଲିଥିବା ବେଳେ ମା ମାନେ ଥାନାରେ ବି ସୁରକ୍ଷିତ ନୁହଁନ୍ତି। ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହଁନ୍ତି। ରାଜ୍ୟରେ ବିଜେପି ସରକାର ଉପରେ ଲୋକ ଭରସା କରିପାରୁ ନାହାନ୍ତି। ଏବେ ବିଜେପିର ମିଛ ଧରାପଡ଼ି ଯାଇଛି। ଆମ ସରକାର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ଆଣିଥିଲେ। ଏହି ଯୋଜନାରେ କୋଟି କୋଟି ଲୋକ ସେବା ପାଉଥିଲେ। ମାତ୍ର ଏବେ ରାଜ୍ୟ ସରକାର ଏହି ଯୋଜନାର ନାମ ବଦଲାଇ ଦେଇଛନ୍ତି। ଆପଣ ନାମ ଓ ରଙ୍ଗ ପରିବର୍ତ୍ତନ କରି ପାରନ୍ତି; ମାତ୍ର ଇତିହାସ କୁ କେବେ ବି ବଦଳାଇ ପାରିବେ ନାହିଁ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ଘଟିବା, ବିଦେଶୀ ପୁଞ୍ଜିନିବେଶ ବୃଦ୍ଧି, ମହିଳାଙ୍କୁ ସଶକ୍ତ କରିବା, ନିରାମୟ ଯୋଜନା, ଆହାର ଯୋଜନା, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ଘରେ ଘରେ ୨୪ ଘଣ୍ଟିଆ ପିଇବା ପାଣି ଓ ଜାଗା ମିଶନ ଏବଂ ମୁକ୍ତା ଯୋଜନାରେ ମା ମାନଙ୍କୁ କାମ ଯୋଗାଇ ଦେବାରେ ସଫଳ ଥିଲେ ନବୀନ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। ବ୍ରହ୍ମଗିରି ବ୍ଲକ ଉପାଧ୍ୟକ୍ଷ ମାଳିନୀ ଦଳାଇ ସଭା ଶେଷରେ ଧନ୍ୟବାଦ ଜଣାଇ ସାଭା କାର୍ଯ୍ୟ ଶେଷ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ଵପ୍ନାରାଣି ସ୍ଵାଇଁ, ପୁରୀ ସଦର ବ୍ଲକ ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର, ପୁରୀ ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ସୁର ପ୍ରସାଦ ମହାନ୍ତି, ବ୍ରହ୍ମଗିରି ବିଜୁ ଜନତା ସଭାପତି ବିଦ୍ୟାଧର ସ୍ଵାଇଁ, ବରିଷ୍ଟ ନେତା ପ୍ରଫୁଲ୍ଲ ଜେନା, ଭଗବାନ ନାୟକ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନାବାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦାଳାଇ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ବ୍ଲକ ପୂର୍ବତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ରାୟ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ସରପଞ୍ଚଙ୍କ ପ୍ରତିନିଧି ନନ୍ଦ ବିଶ୍ୱାଳ, ବ୍ଲକ ମହିଳା ସଭାପତି ପ୍ରତିମା ଜେନା, ନାରୀ ନେତ୍ରୀ ମାନସି ହରିଚନ୍ଦନ, ସସ୍ମିତା ସାହୁ, ଯୁବ ନେତା ବିଜୟ କୁମାର ଦାଳାଇଙ୍କ ସମେତ ବ୍ରହ୍ମଗିରି ବ୍ଲକର ବିଜୁ ଜନତା ଦଳର ଦଳୀୟ କର୍ମି, ବରିଷ୍ଟ ନେତୃବୃନ୍ଦ, ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ନେତୃବୃନ୍ଦ ଓ ନବନିର୍ବାଚିତ ଜନପ୍ରତିନିଧି ଏବଂ ଜନସାଧାରଣ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *