ନୂତନ ଭତ୍ତା ପାଇଲେ ୭୯୪ ଜଣ ହିତାଧିକରୀ
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ର ୭୯୪ ଜଣ ନୂତନ ହିତାଧିକାରୀ ଭତ୍ତା ପାଇଛନ୍ତି l ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଖଡ଼ିଆଳ ବ୍ଲକ ର ୨୬ ଟି ପଞ୍ଚାୟତ ର ଯୋଗ୍ୟ ହିତାଧିକାରୀ ଭତ୍ତା ପାଇଛନ୍ତି l ଖଡିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ,ବିଡିଓ ବିରସେନ ବେହେରା,ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ବ୍ଲକ ଉପାଧ୍ୟାକ୍ଷ ଗୌତମ ତାଣ୍ଡି , ଜିଲ୍ଲା ପରିଷଦ ସଭ୍ୟ ଚିତ ରଞ୍ଜନ ବେହେରା ସମେତ ବ୍ଳକ ର ସମସ୍ତ କର୍ମଚାରୀ ଙ୍କ ସମେତ ପଞ୍ଚାୟତ ପିଇଓ ଓ ସରପଞ୍ଚ ମାନେ ଉପସ୍ଥିତି ଥିଲେ ।
ନୂଆପଡା ଜିଲ୍ଲା ରୁ କାର୍ତ୍ତିକ ମହାନନ୍ଦ
