ନବ ନିଯୁକ୍ତ ପି ଇ ଓ ଙ୍କ ସେକ୍ଟର ପରିଦର୍ଶନ କାର୍ଯ୍ୟକ୍ରମ
ଧରାକୋଟ :-୦୪/୧୧ ନୂତନ ଭାବରେ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗରେ ନିଯୁକ୍ତି ପାଇଥିବା ବଲାଙ୍ଗୀର ଜିଲ୍ଲାର ୫୨ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକର ଢଉଗାଁ ପଞ୍ଚାୟତ ର ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟର ସେକ୍ଟର ସ୍ତରୀୟ ପରିଦର୍ଶନ କରିଛନ୍ତି । ଧରାକୋଟ ବ୍ଲକର ଢଉଗାଁ ଗ୍ରାମ ପଞ୍ଚାୟତ ର ଢଉଗାଁ ଓ ପଙ୍କଳବାଡି ଗ୍ରାମରେ ପୁର୍ବ ସରକାର ଙ୍କ ସମୟରେ ହୋଇଥିବା ଅଙ୍ଗନୱାଡ଼ି କେନ୍ଦ୍ର,ମିଶନ ଶକ୍ତି ଗୃହ, ପେଭର ବ୍ଲକ ରାସ୍ତା,ପୋଖରୀ ନବୀକରଣ ,ପଞ୍ଚାୟତ ପାଠାଗାର ପ୍ରଭୃତି ପରିଦର୍ଶନ କରି ଜ୍ଞାନ ଆହରଣ କରିଛନ୍ତି । ଗ୍ରାମ ପରିକ୍ରମା କରି ଗାଁ ଗୁଡିକରେ ରହିଥିବା ନାଳ,ରାସ୍ତା ,ଚାଳଘର ସହ ,ପାଣି ସମସ୍ୟାର କିପରି ଆଶୁ ସମାଧାନ ହୋଇପାରିବ ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଏହି ଅବସରରେ ବି ଡି ଓ ଡେନିସ ବେହେରା, ଏ ବି ଡି ଓ ସୁଶିଲ ପଟ୍ଟନାୟକ, ଢ଼ଉଗାଁ ସରପଞ୍ଚ ମନୁ ପାତ୍ର,ପଞ୍ଚାୟତ ରାଜ ବିଭାଗର ରାଜ୍ୟ ସ୍ତରୀୟ ଅଧିକାରୀ ପରୀକ୍ଷିତ ସାହୁ, ଜି ପି ଇ ଓ କିଶୋର ଚନ୍ଦ୍ର ସାହୁ,ନିର୍ବାହୀ ଅଧିକାରୀ କାଳୁ ଚରଣ ସ୍ୱାଇଁ ,ସରପଞ୍ଚ ପ୍ରତିନିଧି ସଞ୍ଜୟ ପାତ୍ର ଙ୍କ ସମେତ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନେ ଉପସ୍ଥିତ ରହିଥିବା ବେଳେ ଅତିଥି ଭାବରେ ଝରପାରି ସରପଞ୍ଚ ମାଧୁରୀ ସ୍ୱାଇଁ ,ନାଏବ ସରପଞ୍ଚ ରେବତୀ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ନବ ନିଯୁକ୍ତ ପି ଇ ଓ ମାନେ ଢ଼ଉଗାଁ ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟ ଦେଖି ସନ୍ତୋଷ ପ୍ରକାଶ କରିଥିଲେ।
