ଶ୍ରମିକ ଧାରଣା

-୪ଦଫା ଦାବି ନେଇ ମିଶ୍ରିଲାଲ ମାଇନସ କଂମ୍ପାନିର କର୍ମଚାରି ମାନେ କାମ ବନ୍ଦ କରି କଂମ୍ଫାନି ଆଗରେ ଧାରଣାରେ ବସିଛନ୍ତି।ଫଳରେ କଂମ୍ପାନିର କାମରେ ବାଧା ସୃଷ୍ଟି ହୋଇଛି।ସୂଚନା ଅନୁସାରେ କାମାକ୍ଷାନଗର ବ୍ଲକ କାନପୂରା ପଞ୍ଚାୟତରେ ଥିବା ମିଶ୍ରିଲାଲ କଂମ୍ପାନିରେ ଶ୍ରମିକ ଅଶାନ୍ତି ଦେଖାଦେଇଛି।ସେମାନଙ୍କର ଦାବି ହେଲା ଦିର୍ଘ ବର୍ଷ ହେଲା କଂମ୍ପାନିରେ କାମ କରୁଥିଲେ ମଧ୍ୟ ଦରମାରେ ବୃଦ୍ଧି ହେଉନାହିଁ ।

ଯାହା ଫଳରେ ଏହାକୁ ନେଇ ପୂର୍ବରୁ କଂମ୍ଫିନି କର୍ତ୍ତୁପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେବଳ ପ୍ରତିଶୃତି ମିଳିଛି।ସମାଧାନ ହୋଇପାରି ନାହିଁ।ଏହା ବାଦରେ କଂମ୍ଫାନି କର୍ତ୍ତୁପକ୍ଷ ଅନେକ ସମୟରେ ଶ୍ରମିକ ମାନଙ୍କୁ ବିନା କାରଣରେ ମଧ୍ୟ ବାହାର କରିଦେଉଛନ୍ତି।ସେମାନଙ୍କର ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବା ନେଇ କହିଛନ୍ତି ଶ୍ରମିକ ମାନେ।

Leave a Reply

Your email address will not be published. Required fields are marked *