ପ୍ରେସ ବିଜ୍ଞପ୍ତି

_________________________ସ୍କୁଲ ମାନଙ୍କ ବଳବତ୍ତର ଥିବା ଗ୍ରୀଷ୍ମ ଛୁଟି ପ୍ରବାହକୁ ଆଉ ସପ୍ତାହେ କିମ୍ବା ପାରଦ ସର୍ବନିମ୍ନ ସ୍ତରକୁ ଖସିଲା ପର୍ଯ୍ୟନ୍ତ ଜାରି ରଖିବାକୁ ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନର ଜିଲ୍ଲପାଳଙ୍କ ଉଦ୍ଧେଶ୍ୟରେ ଦାବୀ ପତ୍ର ପ୍ରଦାନ।________________________ବ୍ରହ୍ମପୁର – ୨୦/୬/୨୦୨୪– ଅଭୂତପୂର୍ବ ଗ୍ରୀଷ୍ମ ପ୍ରବାହ, ଅସହ୍ୟ ଗୁଳୁଗୁଳି, ତାତି ଓ ଉପରର୍ମୁହା ପାରଦକୁ ସଂଗ୍ୟାନକୁ ନେଇ ବଳବତ୍ତର ଥିବା ସ୍କୁଲ ଛୁଟିକୁ ଆଉ ସପ୍ତାହେ ବୃଦ୍ଧି କିମ୍ବା ତାପମାତ୍ରା ସର୍ବନିମ୍ନ ସହ୍ୟ ସ୍ତରକୁ ଆସିଲା ପର୍ଯ୍ୟନ୍ତ ଛାତ୍ର ଛାତ୍ରୀମାନଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ନଜରକୁ ନେଇ ଜାରୀ ରଖାଯାଉ ବୋଲି ଦାବୀ ଜଣାଇ ଆଜି ଓଡ଼ିଆ ସ୍ୱାଭିମାନ ଜାଗରଣ ଫେଡେରେସନର ଏକ ପ୍ରତନିଧି ମଣ୍ଡଳୀ ଆବାହକ ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ଵରେ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଧିନା ଦାସ୍ତ୍ତୋଗି ଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ବର୍ତ୍ତମାନ ରାଜ୍ୟରେ ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି, ଗ୍ରୀଷ୍ମ ପ୍ରବାହ ଓ ତାତି ଜାରି ରହିଛି। ଅଦ୍ୟାବଧି ଗ୍ରୀଷ୍ମ ଲହରୀ କମିବା ଓ ଉର୍ଦ୍ଧମୁଖି ତାପମାତ୍ରା ସ୍ତରରେ କିଛି ନାଟକୀୟ ପରିବର୍ତ୍ତନ ଓ ଉନ୍ନତି ପରିଲକ୍ଷିତ ହୋଇ ନାହିଁ । ସ୍କୁଲ ଗୁଡ଼ିକର ଗ୍ରୀଷ୍ମ ଅବକାଶ ଗତ ୧୭ ତାରିଖରେ ପୁରି ଯାଇଥିଲା। ତେଣୁ ସମସ୍ତ ସ୍କୁଲ ୧୮ ତାରିଖ ଦିନ ଖୋଲିବା ପାଇଁ ପ୍ରସ୍ତୁତ ହେଉଥିଲା ବେଳେ ରାଜ୍ୟ ସରକାର ରାଜ୍ୟରେ ଜାରି ରହିଥିବା ହିଟ ୱେଭକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନଙ୍କୁ ସ୍ଥାନୀୟ ଅଂଚଳର ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ୍ ଖୋଲିବା ଉପରେ ପଦକ୍ଷେପ ନେଇପାରିବେ ବୋଲି କହି ନିର୍ଦ୍ଦେଶାନାମା ଜାରି କଲେ। ତଦନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାର ପାଣିପାଗ ଓ ଅସହ୍ୟ ଗରମକୁ ଧ୍ୟାନରେ ରଖି ଗ୍ରୀଷ୍ମ ଅବକାଶ ଛୁଟିକୁ ଆଉ ଦୁଇ ଦିନ ଅର୍ଥାତ୍ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କିନ୍ତୁ ଇତିମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ମୌସୁମୀ ବର୍ଷା ହେବାରେ ବିଳମ୍ବ ଘଟୁଥିବାରୁ ଲୋକଙ୍କୁ ଅସହ୍ୟ ତାତିରୁ ଅଦ୍ୟାବଧି ନିସ୍ତାର ମିଳି ପାରି ନାହିଁ। ଖରର ପ୍ରକୋପ ଏତେ ଅଧିକ ରହୁଛି ଯେ ସକଳ ୯.୦୦ ଘଣ୍ଟା ସମୟ ପରେ ଘରୁ ବାହାରିବା ଅସମ୍ଭବ ହୋଇ ପଡ଼ୁଛି। ଏପରି ସ୍ଥଳେ କୋମଳମତି ବାଳକ ବାଳିକା ମାନେ ପ୍ପ୍ରଚଣ୍ଡ ଖରା ଓ ତାତିରେ ସ୍କୁଲ ଯାଇ ସୁସ୍ଥ ଓ ନିରାପଦରେ ଘରକୁ ଆସିବା ବିପଦ ଗ୍ରସ୍ତ ମନେ ହେଉଛି। ସେଇଭଳି ଅଭିଭାବକ ମାନଙ୍କୁ ମଧ୍ୟ ପିଲାମାନଙ୍କୁ ଠିକ୍ ସମୟରେ ସ୍କୁଲରେ ପହଞ୍ଚାଇବା ଓ ସ୍କୁଲରୁ ଘରକୁ ଆଣିବା ଦୁରୁହ ବ୍ୟାପାର ହୋଇଯିବ। ଯେତେବେଳ ବୟସ୍କ ମାନେ ଏହି ଗ୍ରୀଷ୍ମ ପ୍ରବାହକୁ ସମ୍ମୁଖିନ ହେବା କଷ୍ଟ ସାଧ୍ୟ ହେଇପଡୁଚି, ସେତେବେଳେ ଛୋଟ ଛୋଟ ଶିଶୁ ମାନଙ୍କ ପ୍ରତି ଏହା କେତେ ଘାତକ କ୍ଷମତା ରଖିଛି ସହଜେ ଅନୁମେୟ। ଏଭଳି ବିଷମୟ ସ୍ଥିତିରେ ପିଲାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଓ ନିରାପତ୍ତା ର ଦାୟିତ୍ଵ ପ୍ରଶାସନ ଗ୍ରହଣ କରିବ କି ବୋଲି ଫେଡେରେସନ ପ୍ରଶ୍ନ କରିଛି। ଆମେ ଜାଣୁ ଚୁଟି ଅବକାଶ ଅତ୍ୟଧିକ ଲମ୍ବା ହେଲେ ବର୍ଷର ପାଠ୍ୟ ଖସଡ଼ା ସମାପ୍ତ ହେବାର ସାମାନ୍ୟ ଅସୁବିଧା ହୋଇପାରେ। କିନ୍ତୁ ଏହି ପରିସ୍ଥିତିରେ ଛାତ୍ର ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ଠିକ୍ ରହିବା ଓ ସେମାନଙ୍କ ମାନସିକ ଏବଂ ଶାରିରୀକ ସ୍ବାସ୍ଥ୍ୟ ଫିଟ୍ ଓ ନିରାପଦ ରହିବା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ ଅଟେ।। କାରଣ ସ୍ବାସ୍ଥ୍ୟ ଓ ପ୍ରାଣ ଅକ୍ଷୁର୍ଣ୍ଣ ରହିଲେ ପାଠ ପରିପୂର୍ଣ୍ଣ କରାଯାଇପାରିବ । ସେହିଭଳି ପାଣିପାଗ ଓ ଋତୁ ଚକ୍ରରେ ଅହେତୁକ ପରିବର୍ତ୍ତନ ଅନେକ ଅଜଣା ରୋଗର ବହାକ ହେଲାଣି ଖାସ କରି ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅନେକ ରିସ୍କ ରହୁଛି। ସୁତରାଂ ସବୁ ତଥ୍ୟ ଓ ପରିସ୍ଥିତିକୁ ଅନୁଧ୍ୟାନ କରି ଜିଲ୍ଲାପାଳ ତୁରନ୍ତ ବଳବତ୍ତର ଥିବା ସ୍କୁଲ ଚୁଟିକୁ ଆଉ ସପ୍ତାହେ ବୃଦ୍ଧି କିମ୍ବା ତାପମାତ୍ରାରେ ସୁଧାର ଆସିବା ପର୍ଯ୍ୟନ୍ତ ଏହାକୁ ଜାରୀ ରଖିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଫେଡେରେସନ ତରଘରୁ ଅନୁରୋଧ କରାଯାଇଛି। ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ସଭାପତିଙ୍କ ବ୍ୟତୀତଉପସଭାପତି ଦେବୀ ପ୍ରସାଦ ଦାସ, ସହ ସମ୍ପାଦକ ବି ଭି ସାଗର,ଉପ ସଂଗଠନ ସମ୍ପାଦକ କାହୁଁ ଚରଣ ପତି , କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ଉପଦେଷ୍ଟା ରବୀନ୍ଦ୍ର କୁମାର ଜେନା, ବିନୋଦ ପାତ୍ର ଓ ଅଶ୍ୱିନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may have missed