ବ୍ରହ୍ମଗିରି ଉନ୍ନୟନ କମିଟି ସମୀକ୍ଷା ବୈଠକ ଜନତା ଙ୍କ ସମସ୍ୟା ଶୀଘ୍ର ସମାଧାନ କର -ଉପାସନା ମହାପାତ୍ର
ପୁରୀ,28/6 –ବ୍ରହ୍ମଗିରି ଉନ୍ନୟନ କମିଟି ର ସମୀକ୍ଷା ବୈଠକ ବ୍ଲକ ସଭାଗୃହ ଠାରେ ଜିଲ୍ଲପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବ୍ରହ୍ମଗିରି ବିଧାୟିକା ଉପାସନ ମହାପାତ୍ର ଯୋଗଦେଇ କହିଲେ ଲୋକଙ୍କ ସମସ୍ୟା କୁ ଶୀଘ୍ର ସମାଧାନ କର |

କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ କଲ୍ୟାଣକାରୀ ଯୋଜନା କିପରି ଲୋକମାନଙ୍କ ପାଖରେ ଶୀଘ୍ର ପହଞ୍ଚିବ ସେଥିପ୍ରତି ଅଧିକାରୀ ମାନେ ଅଧିକ ଧ୍ୟାନ ଦେବାପାଇଁ ଶ୍ରୀମତୀ ମହାପାତ୍ର ପରାମର୍ଶ ଦେଇଥିଲେ |ବିଭିନ୍ନ ବିଭାଗ ର କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା | ବ୍ରହ୍ମଗିରି ବ୍ଲକ କୁ ରାଜ୍ୟ ର ଉନ୍ନତ ବ୍ଲକ ଭାବେ ଗଢ଼ିତୋଳିବା ପାଇଁ ମତ ପ୍ରକାଶ ପାଇଥିଲା |କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ ପୁରୀସଦର ବ୍ଲକ ର ଅଧିକାରୀ ମାନେ ଯୋଗଦେଇ ଆଲୋଚନା କରିଥିଲେ |
