ବିବାହିତା ମହିଳା ଙ୍କ ଝୁଲନ୍ତା ମୃତଦେହ ଠାବ

l – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଡ଼ୁବୁରୀ -ବୁଢାପଙ୍କ ରେଳଲାଇନ ର ଇନ୍ଦିପୁର ନିକଟରେ ଗଛରେ ଝୁଲନ୍ତା ଅବସ୍ଥା ରେ ବିବାହିତା ମହିଳା ଙ୍କ ମୃତ ଦେହ ଠାବ l ମୃତ ମହିଳା ହେଲେ କାମାକ୍ଷାନଗର ଥାନା ଆଳତୁମା ଗ୍ରାମ ବଡବିଲା ସାହିର ଗୋବିନ୍ଦ ପାତ୍ରର ସ୍ତ୍ରୀ ଶାନ୍ତିଲତା ପାତ୍ର l ଟଙ୍କା ନେଣଦେଣ କୁ ନେଇ ଶାନ୍ତିଲତା ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପଘର ଲୋକ l ଶାନ୍ତିଲତା ଆଜିକୁ ପ୍ରାୟ ଦଶବର୍ଷ ହେବ ବଡ଼ବିଲା ସାହିର ଗୋବିନ୍ଦ ପାତ୍ର ଙ୍କୁ ବୈଦିକ ଋତିନିତିରେ ବିବାହ କରିଥିଲେ l ସେମାନଙ୍କର ଦୁଇଟି ସନ୍ତାନ ଥିବାବେଳେ ପ୍ରାୟ ତିନି ବର୍ଷ ହେବ ଶାନ୍ତିଲତା ଇନ୍ଦିପୁର ଗାଁ ର ମିଥୁନ ନାଏକ ଙ୍କୁ ପ୍ରେମ କରି ଆସୁଥିଲେ l ଯାହା ଫଳରେ ଶାନ୍ତିଲତା ଅନେକ ସମୟରେ ମିଥୁନ ଙ୍କୁ ଟଙ୍କା ଦେଉଥିଲେ l ତେବେ କିଛିଦିନ ତଳେ ସେ ମିଥୁନ କୁ ୫୦, ୦୦୦ ଟଙ୍କା ଦେଇଥିଲେ। ଓ ସେହି ଟଙ୍କା ଫେରି ପାଇବା ପାଇଁ ଗତକାଲି ମିଥୁନ ପାଖକୁ ଇନ୍ଦିପୁର ଆସିଥିଲେ ଶାନ୍ତିଲତା l କିନ୍ତୁ ସେଠାରେ ଟଙ୍କା ଫେରାଇବାକୁ ନେଇ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ଅଭିଯୋଗ ହେଉଛି। ଏବଂ ଆଜି ଇନ୍ଦିପୁର ଗ୍ରାମ ଦେଇ ଯାଇଥିବା ରେଳଲାଇନ ପାଖରେ ଏକ ଗଛରେ ଶାନ୍ତିଲତା ଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି l ଯାହାକୁ ନେଇ ମିଥୁନ ହିଁ ଶାନ୍ତିଲତା କୁ ହତ୍ୟା କରିଥିବା ନେଇ ଶାନ୍ତିଲତା ଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି l ଝୁଲନ୍ତା ମୃତଦେହ ନିକଟରେ ଏକ ଭ୍ୟାନିଟି ବ୍ୟାଗ ଝୁଲୁଥିବା ବେଳେ ଗଛ ତଳେ ଚପଲ ପଡ଼ିଥିବା ଦେଖିବାକୁ ମିଳିଛି l ତେବେ ଏ ସମ୍ପର୍କ ରେ ଖବର ପାଇ କାମାକ୍ଷାନଗର ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଚଳାଇବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଦ୍ବାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *