ଦୁଇଟି ନୂତନ ନିର୍ମିତ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ରେଳ ନିରାପତ୍ତା ଆୟୁକ୍ତଙ୍କ ସ୍ୱୀକୃତି

ଦୁଇଟି ନୂତନ ନିର୍ମିତ ରେଳ ଲାଇନରେ ଟ୍ରେନ୍ ଟ୍ରାଫିକ୍ ଚଳାଚଳ ପାଇଁ ରେଳ ନିରାପତ୍ତା ଆୟୁକ୍ତଙ୍କ ସ୍ୱୀକୃତି:|• ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ହିନ୍ଦୋଳ ରୋଡ଼ ସେକ୍ସନ ମଧ୍ୟରେ 20.467 କି.ମି.ଦୈର୍ଘ୍ୟ ନୂତନ ଲାଇନ କାର୍ଯ୍ୟକ୍ଷମ |• କୋଟାଭାଲାସା- କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦାନ୍ତେୱାଡା- କାମଲୁର ମଧ୍ୟରେ 12.353 କି.ମି.ଦୈର୍ଘ୍ୟ ନୂତନ ରେଳ ସେକ୍ସନ କାର୍ଯ୍ୟକ୍ଷମ | ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପର ଢେଙ୍କାନାଳ-ହିନ୍ଦୋଳ ରୋଡ଼ ସେକ୍ସନ ମଧ୍ୟରେ 40.934 କି.ମି.ଦୈର୍ଘ୍ୟ ନୂତନ ଲାଇନ ଏବଂ କୋଟାଭାଲାସା- କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦନ୍ତେୱାଡା- କାମଲୁର ମଧ୍ୟରେ 12.353 କି.ମି.ଦୈର୍ଘ୍ୟ ନୂତନ ରେଳ ସେକ୍ସନ ଇତିମଧ୍ୟରେ କାର୍ଯ୍ୟକ୍ଷମ କରାଯାଇ ପାରିଛି |ରେଳ ନିରାପତ୍ତା ଆୟୁକ୍ତ ଜୁନ୍ 2024 ର ଶେଷ ସପ୍ତାହରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନକୁ ନିରୀକ୍ଷଣ କରିଥିଲେ ଏବଂ ରେଳ ସେକ୍ସନର କାର୍ଯ୍ୟକାରିତା ପାଇଁ ଅନୁମତି ଦେଇଥିଲେ |ରେଳ ନିରାପତ୍ତା ଆୟୁକ୍ତ ନବନିର୍ମିତ ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ର ସୁରକ୍ଷା ପାରାମିଟର ଯାଞ୍ଚ କରିଥିବାବେଳେ ଟ୍ରେନ୍ ଚଳାଚଳ ପାଇଁ ଉଭୟ ପ୍ରକଳ୍ପର ନୂତନ ରେଳ ଲାଇନ କାର୍ଯ୍ୟକ୍ଷମ ପାଇଁ ଘୋଷଣା କରିଛନ୍ତି |

ପୂର୍ବ ତଟ ରେଳର ବରିଷ୍ଠ ରେଳ ଅଧିକାରୀଙ୍କ ଏକ ଟିମ୍ ନିରୀକ୍ଷଣ ସମୟରେ ରେଳ ନିରାପତ୍ତା ଆୟୁକ୍ତଙ୍କୁ ସହାୟତା କରିଥିଲେ | ମୋଟାମୋଟି ଭାବେ, ଶାଳଗାଁ-ବୁଢାପଙ୍କ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନ ପ୍ରକଳ୍ପରେ ସମୁଦାୟ 170 କିଲୋମିଟର ମଧ୍ୟରୁ 86.4 କିମି ତୃତୀୟ ଏବଂ ଚତୁର୍ଥ ଲାଇନ କାର୍ଯ୍ୟ ସମ୍ପାଦନ ହୋଇପାରିଥିବାବେଳେ କୋଟାଭାଲାସା- କିରନ୍ଦୁଲ ଦୋହରୀକରଣ ପ୍ରକଳ୍ପର ଦାନ୍ତେୱାଡା- କାମଲୁର ମଧ୍ୟରେ ସମୁଦାୟ 445.598 କିଲୋମିଟର ମଧ୍ୟରୁ 302.55 କିମି ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇସାରିଛି | ପୂର୍ବ ତଟ ରେଳ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଶୀଘ୍ର ପ୍ରକଳ୍ପ ଶେଷ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିଆସୁଅଛି |ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବାଇଷ୍ଣବ ଏହି ଅଞ୍ଚଳରେ ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଚାଲୁରହିଥିବା ରେଳ ଲାଇନ ପ୍ରକଳ୍ପର ଶୀଘ୍ର ସମାପ୍ତି ପାଇଁ ମନ୍ତ୍ରଣାଳୟ ସମସ୍ତ ସହାୟତା ପ୍ରଦାନ କରୁଅଛି |ପୂର୍ବ ତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ମଧ୍ୟ ଚାଲୁରହିଥିବା ରେଳ ପ୍ରକଳ୍ପର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ରେଲୱେ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅବଶିଷ୍ଟ ଅଂଶ ରେଳ ଲାଇନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *