ଶ୍ରୀକ୍ଷେତ୍ର
ଚାରିଧାମ ମଧ୍ୟେ ପୁରୀ ଧାମ
ଶ୍ରୀକ୍ଷେତ୍ର ନାମେ ବିଦିତ
ବିଜେ କରିଛନ୍ତି ପ୍ରଭୁ ଜଗନ୍ନାଥ
ଭାଇ ଭଉଣୀ ସହିତ।
ନିଳାଚଳ ଧାମ ନାମରେ ବିଦିତ
ଆମ ପୁରୀ ଧାମ ଅଟେ
ଶରଧାବାଲି ରୁ ଆଶିଷ ପାଆନ୍ତି ସମସ୍ତ ଭକତ ଅଟେ।
ମହାପ୍ରସାଦ ସେବନ କରନ୍ତି
ଆନନ୍ଦ ବଜାରେ ଯାଇ
କୈବଲ୍ୟ ନିଅନ୍ତି ଆନନ୍ଦବଜାରୁ
ମନ ହରଷ ରେ ପାଇ।
ମୁକ୍ତି ମଣ୍ଡପ ରେ ବିଚାର କରନ୍ତି
ବିଜ୍ଞ ପଣ୍ଡିତ ଗଣ
ଲୋକଙ୍କୁ ଦିଅନ୍ତି ଧରମ ବାରତା
ନମଣନ୍ତି କାହାକୁ ଗୈାଣ।
ଅନ୍ତିମ କାଳକୁ ମହାପ୍ରସାଦ କୁ
ଚାହାନ୍ତି ସବୁ ଶ୍ରଦ୍ଧାଳୁ
ସେବକ ଭାବରେ ପାଆନ୍ତି ତାହାକୁ
ପରଶ ଲଭିଣ ମନୁ।

ହରିହର ସାହୁ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
