ନୂତନ ଭାରତିୟ ନ୍ୟାୟ ସଂହିତା ଆଲୋଚନା ଚକ୍ର ଅନୁଷ୍ଠିତ
-ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା।ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ।ଫଳରେ ପ୍ରାୟ ଦେଢ଼ ଶହ ବର୍ଷ ଧରି ସମଗ୍ର ଦେଶରେ ଲାଗୁ ହୋଇ ଆସୁଥିବା ଇଂରେଜ ଅମଳର ଏହି ପୁଲିସ ଆଇନ ଆଜି ଇତିହାସ ପାଲଟି ଯାଇଛି।ଦେଶରେ ଲାଗୁହେବା ପରେ ଆଜି କାମାକ୍ଷାନଗର ଥାନା ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ କାମାକ୍ଷାନଗର ଥାନାର ସବ ଇନସପେକ୍ଟର ଉପସ୍ଥିତ ରହି ନୂତନ ଆଇନ ଗୁଡିକ ଉପରେ ଅବଗତ କରାଇଥିଲେ।ଆଜି ଠାରୁ ଯେଉଁ ସବୁ ମାମଲା ରୁଜୁ କରାଯିବ ସେ ସବୁ ନୂତନ ଭାବରେ ହେବ।ଏହି ଆଇନ ଯୋଗୁ ଅନେକ ଲୋକ ବାରମ୍ବାର ଥାନା,କୋର୍ଟକୁ ଆଉ ଦୈାଡିବାକୁ ପଡିବନି।ଅନେକ ଆଇନ ସଂସୋଧନ ହୋଇଛି।ଦୋଷିକୁ ଦଣ୍ଡ ଦେବାରେ ଏହି ଆଇନ ବିଶେଷ ଭାବରେ ସହାୟକ ହୋଇପାରିବ।ଅନେକ ଏବେ ୧୫ଦିନ ତଦନ୍ତ ହେବା ପରେ ମାମଲା ରୁଜୁ କରାଯିବ ଓ କିପରି ଭାବେ ତ୍ବରିତ ଭାବେ କାର୍ଯ୍ୟକାରି ହୋଇ ଦୋଷି ଦଣ୍ଡ ପାଇବ ସେନେଇ ମଧ୍ୟ ଆଇନରେ ବ୍ୟବସ୍ଥା ରହିଛି।ଏଥିରେ କାମାକ୍ଷାନଗରର ଓକିଲ,ସାମ୍ବାଦିକ,ବୁଦ୍ଧିଯିବି,ଜନସାଧାରଣ ଉପସ୍ଥିତ ରହିଥିଲେ।
