ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ

ପୋଲସରା ୧୪/୦୭ (ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଗୃହ ଠାରେ ଚିରିକିପଡା ଶାସନ ମଣ୍ଡଳ କମିଟି ପକ୍ଷରୁ ପ୍ରତିଭା ସମ୍ମାନ ଉତ୍ସବ ୨୦୨୪ ଆଜି ଅର୍ଥାତ୍ ୧୪/୦୭/୨୪ ରବିବାର ଦିନ ମଧ୍ୟାହ୍ନ ସମୟରେ ଅନୁଷ୍ଠିତ ହୋଇଯାଇଛି।ଚିରିକିପଡା ଶାସନ ମଣ୍ଡଳ ସଭାପତି ସଞ୍ଜୟ କୁମାର ବିଷୋୟୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ପ୍ରତିଭା ସମ୍ମାନ ଉତ୍ସବକୁ ଆଠଗଡ଼ ଅଞ୍ଚଳ ସଭାପତି ପଦ୍ମଚରଣ ଜେନା, ଉପସଭାପତି ଲକ୍ଷ୍ମାଣ ଜେନା, ସମ୍ପାଦକ ପ୍ରହଲ୍ଲାଦ ବିଷୋୟୀ, ସଙ୍ଗଠନ ସମ୍ପାଦକ ଡଃ ପ୍ରଭାତ ବରାଡ ଏବଂ ମଣ୍ଡଳ କମିଟି ଉପସଭାପତି ତ୍ରିନାଥ ବିଷୋୟୀ, ସମ୍ପାଦକ ଆଦିକନ୍ଦ ନାୟକ, ଉପଦେଷ୍ଟା ମୃତ୍ୟୁଞ୍ଜୟ ବିଷୋୟୀ, ପୂର୍ବତନ ସମ୍ପାଦକ ନାରାୟଣ ବିଷୋୟୀ ସମେତ ମଣ୍ଡଳଧିନ ଦଶ ଗୋଟି ଗ୍ରାମ କମିଟିର ଉପସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ।ଆଗାମୀ ଦିନରେ ହେବାକୁ ଥିବା ସମାଜର ବିଭିନ୍ନ କାର୍ଯ୍ୟକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଆସିଥିବା ଅତିଥି ମାନଙ୍କ ଦ୍ବାରା ଚଳିତ ଶିକ୍ଷାବର୍ଷରେ ଦଶମ ଓ +୨ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମାଜ ପକ୍ଷରୁ ମାନପତ୍ର ଓ ହନୁମାନ ଚାଳିଶା ପୁସ୍ତିକା ପ୍ରାଦନ କରାଯାଏ ସେମାନଙ୍କ ଉତ୍ତରୋତ୍ତର କାମନା କରାଯାଇଥିଲା। ପରିଶେଷରେ ଉପଦେଷ୍ଟା ମୃତ୍ୟୁଞ୍ଜୟ ବିଷୋୟୀ, ସଭାପତି ସଞ୍ଜୟ ବିଷୋୟୀ ଓ ସମ୍ପାଦକ ଆଦିକନ୍ଦ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *