ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ)ଖୋର୍ଦ୍ଧା

ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ)ଖୋର୍ଦ୍ଧା ଜ଼ିଲ୍ଲା ଶାଖାର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ l ଖୋର୍ଦ୍ଧା-ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ଓ.ୟୁ.ଡବ୍ଲୁ.ଜେ) ଖୋର୍ଦ୍ଧା ଜ଼ିଲ୍ଲା ଶାଖା ର ସାଙ୍ଗଠନିକ ବୈଠକ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଖୋର୍ଦ୍ଧା ନିକଟବର୍ତ୍ତୀ କୁମାରବସ୍ତ ଗ୍ରାମର ମା ଭୂଆସୁଣୀ ଙ୍କ ପୀଠ ରେ ଅନୁଷ୍ଠିତ ହୋଇଯାଇଛି l ଓ. ୟୁ.ଡବ୍ଲୁ.ଜେ.ଖୋର୍ଦ୍ଧା ଜ଼ିଲ୍ଲା ଶାଖା ର ବରିଷ୍ଠ ସଦସ୍ୟ ଈଶ୍ୱର ଚନ୍ଦ୍ର ମଙ୍ଗରାଜ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା l ଉପସ୍ଥିତଥିବା ସମସ୍ତ ସଭ୍ୟ ଓ ସଭ୍ୟା ଆଲୋଚନା ଅଂଶ ଗ୍ରହଣ କରି ନିଜର ମତାମତ ଉପସ୍ଥାପନା କରିଥିଲେ l ତା -1.3.2017 ମସିହା ରେ ମା ବରୁଣେଇ ଙ୍କ ପୀଠ ରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ଗଠନ କରାଯାଇଥିଲା l ମାତ୍ର 16 ଜଣ ସଭ୍ୟ ଙ୍କୁ ନେଇ ଗଠନ କରାଯାଇଥିବା ଏହି ସଂଘ ଆଜି ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇ 50 ରେ ପହଂଚିଛି l ବହୁ ସଂଖ୍ୟା ରେ ଗଣମାଧ୍ୟମ ର ପ୍ରତିନିଧି ସ୍ୱତପ୍ରବୃତ ଭାବରେ ଆଜି ଓ.ୟୁ.ଡବ୍ଲୁ.ଜେ.ରେ ସାମିଲ ହୋଇଛନ୍ତି l ସଂଘ ର ପ୍ରଥମ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ଭାବରେ ପ୍ରକାଶ କୁମାର ହାତୀ ଙ୍କ ନେତୃତ୍ୱ ରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରି ଜ଼ିଲ୍ଲା ଓ ରାଜ୍ୟରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି l ସେଥିମଧ୍ୟରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ପବିତ୍ର ଉତ୍କଳ ଦିବସ ରେ ପ୍ରତେକ ବର୍ଷ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିସ୍ତିତ ହେଉଥିବା ରୋଗୀ ମାନଙ୍କୁ କ୍ଷୀର, ପାଉଁରୁଟି ଓ ଫଳ ବଣ୍ଟନ,ସଫେଇ କାର୍ଯ୍ୟକ୍ରମ, ଅନାଥ ଆଶ୍ରମ, ଵୃଦ୍ଧାଶ୍ରମ ରେ ଫଳ ବଣ୍ଟନ, ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ଅସହାୟ ବ୍ୟକ୍ତି ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସମସ୍ତ ଙ୍କ ପ୍ରିୟ ଭାଜନ ହୋଇପାରିଛି ଏହି ସଂଗଠନ l ପୁନର୍ବାର ଆଗାମୀ ଏକ ବର୍ଷ ପାଇଁ ସର୍ବସମ୍ମତି କ୍ରମେ କର୍ମକର୍ତ୍ତା ଚୟନ କରାଯାଇଥିଲା l ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ଭାବେ – ପ୍ରକାଶ କୁମାର ହାତୀ, ଉପ-ସଭାପତି, ସୟଦ ଲିୟାକତ ଅଲ୍ଲୀ, ଧିରେନ ପ୍ରତିହାରୀ, ସମ୍ପାଦକ – ଦିଲ୍ଲୀପ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ -ସନ୍ତୋଷ ବାରିକ, ସନ୍ତୋଷ ଚୌଧୁରୀ, କୋଷାଧକ୍ଷ -ଆକାଶ କୁମାର ବିଶ୍ୱାଳ ଏବଂ ଉପଦେଷ୍ଟା ଭାବରେ ମହମ୍ମଦ ମୋତାହାର ୟୁସୁଫ ଙ୍କୁ ମନୋନୀତ କରାଯାଇଥିଲା l ସଂଘ ର ସକ୍ରିୟ ସଦସ୍ୟ,ପ୍ରବୀଣ ଭଞ୍ଜ, ରଂଜିତ ପାଟଶାଣୀ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀ ଙ୍କ ପ୍ରତେକ୍ଷତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *