ଉପମୁଖ୍ୟ ମନ୍ତ୍ରୀଙ୍କ ପଡିବ କି ଦୃଷ୍ଟି

ଉପମୁଖ୍ୟ ମନ୍ତ୍ରୀଙ୍କ ପଡିବ କି ଦୃଷ୍ଟି ଫୋନି ଭାଙ୍ଗି ଦେଲା ସ୍କୁଲ ଘରପିଲାଙ୍କ ଭରଷା ଏବେ ବାତ୍ୟା ଆଶ୍ରୟସ୍ଥଳ ନିମାପଡା ( ) ନିମାପଡା ବ୍ଲକ ବଡଶିରିବୁଳା ପଂଚାୟତ ଅନ୍ତର୍ଗତ ଗଡ଼ତୋରିଅ ଉଚ୍ଚ ବିଦ୍ୟାଳୟର ଚିତ୍ର। ବାତ୍ୟା ଆଶ୍ରୟସ୍ଥଳୀ ଭିତରେ ଚାଲିଛି ପାଠପଢ଼ା। ଚଟାଣରେ ସ୍କୁଲର ଛାତ୍ର ଛାତ୍ରୀ ପାଲ ପକାଇ ବସିଛନ୍ତି। ପିଲାମାନେ ସେଠୁ ଉଠିଗଲେ କୁକୁର ଶୋଉଛନ୍ତି। ଦେଶର ଭବିଷ୍ୟତ ଏଠାରେ ନିଜର ଆଗାମୀ ଭବିଷ୍ୟତ ପାଇଁ ପାଠ ପଢୁଛନ୍ତି। ଅଷ୍ଟମ ନବମ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପାଠ ପଢା ଯାଉଛି।ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ ଗତ ଫୋନି ବାତ୍ୟା ପରଠୁ ଏଭଳି ଚାଲିଛି। ସୂଚନା ମୁତାବକ ଗଡ଼ତୋରିଅ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ଗୃହ ଗତ ଫୋନି ବାତ୍ୟାରେ ଭାଙ୍ଗି ଯାଇଥିଲା। ସେବେ ଠାରୁ ବିଦ୍ୟାଳୟଟି ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଚାଲୁଛି। ତେବେ ନବୀନ ସରକାରଙ୍କ ସମୟରେ 5 ଟି ରେ ଅନ୍ତର୍ଭୁକ୍ତ କରାଯାଇ 60 ଲକ୍ଷ ଟଙ୍କା ମଂଜୁର କରା ଯାଇଥିଲା। ଶ୍ରେଣୀ ଗୃହ ନିର୍ମାଣ ହେବା ପାଇଁ ବ୍ଲକ ଅଧିକାରୀଙ୍କୁ 50 ଲକ୍ଷ ଟଙ୍କା ଦିଆ ଯାଇଥିଲା।

ବ୍ଲକ ଜେଇଙ୍କ ତଦାରଖରେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ସରିବାର ନାଁ ଧରୁନି। ସମ୍ପୂକ୍ତ ଠିକାଦାର ଡିପିସି ଲେବୁଲ ପର୍ଯ୍ୟନ୍ତ କରିଦେଇ ବସିଛନ୍ତି। ଏପଟେ ତଦାରଖ କରୁଥିବା ବ୍ଲକ ଜେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି। ଆଉ ଏହାର ଫଳ ଭୋଗୁଛନ୍ତି ପିଲାମାନେ ଜରି ପାଲରେ ବସି ପାଠ ପଢୁଛନ୍ତି। ପିଲାଙ୍କ ଏଭଳି ଅବସ୍ଥା ଦେଖି ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ସ୍ଥାନୀୟ ବିଧାୟିକା ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହୋଇଛି।

Leave a Reply

Your email address will not be published. Required fields are marked *