7ଗୋଟି ଦାବି କୁ ନେଇ ଗଞ୍ଜାମ ଜିଲ୍ଲା ଜାତୀୟ କଂଗ୍ରେସ ପାର୍ଟି ତରଫରୁ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ

7ଗୋଟି ଦାବି କୁ ନେଇ ଗଞ୍ଜାମ ଜିଲ୍ଲା ଜାତୀୟ କଂଗ୍ରେସ ପାର୍ଟି ତରଫରୁ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ।ହିଞ୍ଜିଳିକାଟୁ, ବଇଁଚବଣିଆ ଛକ ନିକଟସ୍ଥ ଆଇ ବି ରୁ ପଦ ଯାତ୍ରା କରି 7ଗୋଟି ଦାବିକୁ ନେଇ ଗଞ୍ଜାମ ଜିଲ୍ଲା ଜାତୀୟ କଂଗ୍ରେସ ପାର୍ଟିର ବିଧାୟକ ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀ,ପୂର୍ବତନ କଂଗ୍ରେସ ପାର୍ଟିର ସଭାପତି ସୁନାରାମ ସାବତ ଙ୍କ ତତ୍ତ୍ଵାବଧାନରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲ ଦାର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ।ହିଞ୍ଜିଳି ବ୍ଲକ ଓ ଶେରଗଡ଼ ବ୍ଲକ ରେ ବିଭିନ୍ନ ସ୍କୁଲ ରେ ଶିକ୍ଷକ ନିଯୁକ୍ତି କରିବା,ବାଲି ଚୋରା ଚାଲାଣ ବନ୍ଦ କରିବା,ମଦ ଦୋକାନ ବନ୍ଦ କରିବା,ହିଞ୍ଜିଳି ମେଡିକାଲ ଡାକ୍ତର ନିଯୁକ୍ତି,ଘର ର ପଟା ବଣ୍ଟନ କରିବି ପ୍ରମୁଖ ଦାବି ଗୁଡିକକୁ ନେଇ ଦାବି ପତ୍ର ପ୍ରଦାନ କରାଯାଇଥିଲା।ଆଗାମୀ ତିନି ମାସ ମଧ୍ୟରେ ଏହି ସବୁ ଦାବି ପୁରଣ ନହେଲେ ଆନ୍ଦୋଳନ କରିବୁ ବୋଲି ବିଧାୟକ ପ୍ରାର୍ଥୀ ରଜନୀ କାନ୍ତ ପାଢ଼ୀ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *