ଗାଈଗୋରୁଙ୍କୁ ଖୋଲାରେ ଛାଡୁଛନ୍ତି ମାଲିକ

, ରାଜରାସ୍ତାରେ ଉପୁଜୁଛି ଟ୍ରାଫିକ୍ ସମସ୍ୟା ବୁଗୁଡା :- ୨୫/୦୭ ) ଗାଈଗୋରୁ ରଖିଛନ୍ତି , ହେଲେ କାର୍ଯ୍ୟ ହାସଲ ପରେ ସେମାନଙ୍କ ଯତ୍ନ ନ ନେଇ ଖୋଲା ଛାଡ଼ି ଦେଉଛନ୍ତି ମାଲିକ । ଏହା ବୁଗୁଡ଼ା ସହରର ନିତିଦିନିଆ ଘଟଣା। ରାସ୍ତା ଉପରେ ଗାଈଗୋରୁ ଛିଡ଼ା ହୋଇ ରହୁଥିବା ବେଳେଟ୍ରାଫିକ୍ ସମସ୍ୟା ଦେଖାଦେବା ସହ ଛୋଟ ମୋଟ ଦୁର୍ଘଟଣା ଘଟୁଛି। ଏଥିସହ ଅନ୍ୟର ଜମିରେ ପଶି ତଳି ଖାଇ ନଷ୍ଟ କରୁଛନ୍ତି , ଯାହା ଫଳରେ ଚାଷୀଙ୍କ ସମସ୍ୟା ମଧ୍ୟ ବଢ଼ୁଛି। ଏନ୍ଏସି ପ୍ରଶାସନ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ବୁଗୁଡାରେ କାଞ୍ଜିଆ ହୁଦା କାମ କରୁନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା ଲୋକ ଅଭିଯୋଗ କରିଛନ୍ତି।

ବୁଗୁଡା ସହରର ବସଷ୍ଟାଣ୍ଡ ଛକ, ହାଇସ୍କୁଲ ଛକ, ମଦନମୋହନ ଛକ, ମେଡିକାଲ ଛକ, ବ୍ଲକ ଛକ ଏବଂ ବଡଦାଣ୍ଡ ଆଦି ବିଭିନ୍ନ ସ୍ଥାନରେ ଗୋରୁ ପଲଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ବୁଗୁଡା ଦେଇ ଯାଇଥିବା ରାଜ୍ୟ ରାଜପଥରେ ମାଳମାଳ ଗାଈଗୋରୁ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ଏଥି ଯୋଗୁଁ ଅନେକ ସମୟରେ ଜରୁରୀ କାମରେ ଯାଉଥିବା ଲୋକେ ଫସି ରହୁଛନ୍ତି । ମାଲିକମାନେ କ୍ଷୀର ବାହାର କରିବା ପରେ ଖୋଲା ଛାଡ଼ି ଦେଉଛନ୍ତି । ଫଳରେ ସେମାନେ ବାହାରେ ବୁଲି ଏଭଳି କରୁଛନ୍ତି । ଏନେଇ ବାରମ୍ବାର ଗଣମାଧ୍ୟମ ଖବର ପ୍ରକାଶ ପରେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇପାରୁନାହିଁ । ତୁରନ୍ତ ଏହି ସମସ୍ୟାର ସମାଧାନ ସହ ମାଲିକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *