ମନରେଗା ରେ ନିଯୁକ୍ତି ମାଗିବାରୁ ମିଛ ହତ୍ୟା ଧମକ ଆଣିଲେ ମହିଳା ସରପଞ୍ଚ
** – ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା 2005 ମସିହା ଅନୁସାରେ ତତ୍କାଳୀନ କେନ୍ଦ୍ର ସରକାର ଅଣକୁଶଳୀ ଶ୍ରମିକ ମାନଙ୍କୁ ବାର୍ଷିକ 100 ଦିନ ରୋଜଗାର ଦେବାର ନିଶ୍ଚିତତା କରିଥିଲେ | ଏହି ନିୟମ ପ୍ରକାରେ ସୋରଡ଼ା ବ୍ଳକ ହିଞ୍ଜଳକୁଦା ଗ୍ରାମ ପଞ୍ଚାୟତ ର କିଛି ଶ୍ରମିକ ଶ୍ରେଣୀ ର ଲୋକ ସ୍ଥାନୀୟ ସରପଞ୍ଚ ଙ୍କୁ ମନରେଗା ରେ କାମ କରିବା ପାଇଁ କହିବାରୁ ସେହି ମହିଳା ସରପଞ୍ଚ ସେମାନଙ୍କ ନାମରେ ମିଥ୍ୟା ହତ୍ୟା ଧମକ ଅଭିଯୋଗ ଆଣି ଥାନାରେ ଏତେଲା ଦେଇଥିଲେ | ସୂଚନା ପ୍ରକାରେ ସେହି ଶ୍ରମିକ ମାନେ ବିଜେଡି କୁ ଭୋଟ ଦେଇନଥିବା ସନ୍ଦେହ କରି ସରପଞ୍ଚ ସେମାନଙ୍କୁ ନିଯୁକ୍ତି ବିଷୟରେ ନିଶ୍ଚିତତା ନକରି ନିଜ ସ୍ୱାମୀ ଙ୍କୁ ଲଗାଇ ସେହି ଶ୍ରମିକ ଙ୍କ ନାମରେ ମିଥ୍ୟା ହତ୍ୟା ଧମକ ଆଣିଥିବା ଅଭିଯୋଗ ରେ ଆଜି ସୋରଡ଼ା ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ |
