ନିଯୁକ୍ତି ପତ୍ର ନଦେଲେ ବିଧାନ ସଭା ସମ୍ମୁଖରେ ବିକ୍ଷୋଭ

– ଚୟନର ଦୁଇ ବର୍ଷ ପରେ ମଧ୍ୟ ମିଳି ପାରିଲା ନାହିଁ ନିଯୁକ୍ତି ପତ୍ର । ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଆଜି ନିମାପଡ଼ା ଏନ ଏ ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ୱାର୍ଡ ସଂଯୋଜକ । ସୂଚନା ଅନୁସାରେ ମିଶନ ଶକ୍ତି ମାଧ୍ୟମରେ ନିମାପଡ଼ା ଏନ ଏ ଏସି ର ୧୧ ଜଣ ଙ୍କୁ ୱାର୍ଡ ସଂଯୋଜକ ଚୟନ କରାଯାଇ ଥିଲା । ମାତ୍ର ଚୟନ ର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଚୟନ ହୋଇ ଥିବା ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନିଯୁକ୍ତି ପ୍ରମାଣ ପତ୍ର ନ ମିଳି ବାରୁ ଆଜି ନିମାପଡ଼ା ଏନ ଏ ଏସିରେ ବିକ୍ଷୋଭ ପ୍ରଦର୍ଶନ କରିଥବା ବେଳେ ନିଯୁକ୍ତି ପତ୍ର ନ ଦେଲେ ଆସନ୍ତା ୨୯ ତାରିଖରେ ବିଧାନ ସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଧମକ ଦେଇଛନ୍ତି ବିକ୍ଷୋଭ ପ୍ରଦର୍ଶନ କାରୀ ।

Leave a Reply

Your email address will not be published. Required fields are marked *