ନଦୀରେ ବୁଡି କାଉଡିଆ ଭକ୍ତ ଙ୍କ ମୃତ୍ୟୁ
ଭଣ୍ଡାରିପୋଖରୀ ବ୍ଲକ ରହଣିଆ ଗ୍ରାମପଞ୍ଚାୟତ ପୁରସ୍ତମପୁର ଗ୍ରାମର ଦେବେନ୍ଦ୍ର ସାମଲଙ୍କ ପୁଅ ପ୍ରଶାନ୍ତ ଙ୍କ ଆଜି ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରଶାନ୍ତ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଗାଁର ଅନ୍ୟ ତିନି/ଚାରି ଜଣଙ୍କ ସହିତ ଆଖଣ୍ଡଳମଣି ପୀଠକୁ ପାଣି ଭାର ନେଇ ଯିବାକୁ ଘରୁ ବାହାରିଥିଲେ। ସ୍ଥାନୀୟ ଯାଜପୁର ଵଲ୍ଲଭି ଘାଟ ସେତୁ ନାଉରିଆ ସାହି ଗଡାରେ ସମସ୍ତ ୪ଜଣ କାଉଡ଼ିଆ ପାଣି ନେବା

ପାଇଁଁ ସ୍ନାନ କରିଵୁ ନଦୀ ଭିତରକୁ ପ୍ରବେଶ କରିଥିଲେ। ତିନି ଜଣ ସ୍ନାନ ସାରି ଉପରକୁ ଉଠି ଆସିଥିବା ବେଳେ ପ୍ରଶାନ୍ତ ନଦୀ ଶ୍ରୋତରେ ଵୁଡି ଯାଇଥିଲେ। ଖବର ପାଇ ଡମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ସୁଦ୍ଧା ଡାକ୍ତର ପ୍ରଶାନ୍ତ କୁ ମୃତ ଘୋଷଣା କରିଥିଲେ।
