ମହାନ୍ ସଂଘ ପକ୍ଷରୁ ଚଳିବର୍ଷ “ଶାନ୍ତ ପୃଥିବୀ ଓ ସବୁଜ ପୃଥିବୀ” ଅଭିଯାନ
ବ୍ରହ୍ମପୁର ୨୯/୭ଅଗ୍ରଣୀ ଅନୁଷ୍ଠାନ ମହାନ୍ ସଂଘ ର ଚାଳିଶି ବର୍ଷ ପୂର୍ତ୍ତି ଅବସରରେ ବହୁ ଜନ ହିତ କର କାର୍ଯ ହାତକୁ ନେବାସହ ସଂପ୍ରତି ବିଶ୍ବ ରେ ଦେଖା ଦେଇଥିବା ଗ୍ଲୋବାଲ ୱର୍ମୀଙ୍ଗ ଓ ଅଶାନ୍ତ ବାତା ବରଣ ରୁ ମୁକ୍ତ କରି ସବୁଜ ପୃଥିବୀ ଓ ଶାନ୍ତ ପୃଥିବୀ ଗଠନ ନିମନ୍ତେ ପ୍ରତ୍ୟେକ ସ୍ତରରେ ଜନ ସଚତନତା ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ମହାନ୍ ସଂଘ ପକ୍ଷରୁ ଚଳିତ ବର୍ଷ ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ନିଷ୍ପତ୍ତି ନିଆ ଯାଇଛି। କାଲି ଗାୟତ୍ରୀ ହୋଟେଲ ସମ୍ମିଳନୀ ପ୍ରକୋଷ୍ଠ ରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧ ଓ ୨ ତାରିଖରେ ସଂଘ ର ୪୦ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହେବା ଛାତ୍ର ଛାତ୍ରୀ ମହିଳା ମାନଙ୍କ ମଧ୍ୟରେ ପ୍ରତିଯୋଗିତା, ସ୍ମରଣିକା ପ୍ରକାଶ, ପ୍ରତିଭା ସମ୍ମାନ ସହ ୨୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ର। ଶୁଭାରମ୍ଭ କରାଯିବା ନିଷ୍ପତ୍ତି ହୋଇଛି।ପ୍ରକାଶ ବାଜନି, ଶ୍ରୀମତୀ ଦେବିପ୍ରଭ ରଥ, ଡ ସନ୍ଧ୍ୟା ପଟ୍ଟନାୟକ, ସୁଚେତା ପାଣିଗ୍ରାହୀ, ଭି ରବି କୁମାର ଗୁପ୍ତା, ପି ବୁଚି ବାବୁ, ଡ ସୂଚନା ପାଢ଼ୀ, ଡ ଧନ ଲକ୍ଷ୍ମୀ ପଟ୍ଟନାୟକ, ଶ୍ରୀମତୀ ରିତାଞ୍ଜଳି ସ୍ୱାଇଁ, ମହେନ୍ଦ୍ର ପାତ୍ର, ସୁଦୀପ ସାହୁ, ପ୍ରଦୀପ ପଣ୍ଡା, ଉମାଶଙ୍କର ପାଣି, ଶ୍ରୀମତୀ ରାମେଶ୍ୱରି ନନ୍ଦ, ଅଭିଷିକ୍ତ। ଦାଶ, ଡ ସୌଭାଗ୍ୟ ଲକ୍ଷ୍ମୀ ପ୍ରିୟ ଦର୍ଶନି, ସଞ୍ଜୟ କୁମାର ମାଝୀ ଶ୍ରୀକାନ୍ତ ସାବତ, ସିମଞ୍ଚାଲ ପାଣିଗ୍ରାହୀ ଉମା ବେହେରା ପ୍ରମୁଖ ଆଲୋଚନାରେ ଅଂଗ୍ରହଣକରିଥିଲେ ଶ୍ରୀ ହରିକୃଷ୍ନ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
