ମିଛ କହି ଠକିଦେଲା L & T କମ୍ପାନୀ

ମାତ୍ର ୫ ବର୍ଷ ପାଇଁ ଏକ ଟେମ୍ପରାରି ଓପନ ଫେବ୍ରିକେସନ ୟାର୍ଡ଼ କରିବା ପାଇଁ କାନ୍ସବାହାଲ ସ୍ଥିତ ଲାର୍ସନ ଆଣ୍ଡ ଟୁର୍ବୋ କମ୍ପାନୀ ଚୁଙ୍ଗିମାଟି ଗ୍ରାମ ପଞ୍ଚାୟତରୁ ଏକ ଜାଗା ନେଇଥିଲା l ସର୍ତ୍ତ ଥିଲା, ଜାଗା ବଦଳରେ ଗାଁର ଉନ୍ନତି କରିବେ l କମ୍ପାନୀ ବି ରାଜି ହେଲା, ସଙ୍ଗେ ସଙ୍ଗେ ଏକ ୧୩ ଦଫା ଚୁକ୍ତିନାମା ସ୍ଵାକ୍ଷର ହେଲା ଗ୍ରାମବାସୀ ଓ କମ୍ପାନୀ ଭିତରେ l କମ୍ପାନୀ ଖୁସ ଓ ଗ୍ରାମବାସୀ ବି ଖୁସ l ପାଞ୍ଚ ବର୍ଷ ଯାଇ ସାଢେ ଆଠ ବର୍ଷ ହେଲାଣି, ତଥାପି ଗାଁ ଉନ୍ନତି ର “ଉ” ମଧ୍ୟ୍ୟ ଆରମ୍ଭ ହୋଇ ପାରିଲା ନାହିଁ l ବାରମ୍ବାର କମ୍ପାନୀ କୁ ଗୁହାରି କଲେ ବି ଫଳ ଶୂନ l ଧିରେ ଧିରେ କଥା ବିଗିଡ଼ିବା ଆରମ୍ଭ ହେଲା l ତାତିଲେ ଗ୍ରାମବାସୀ l ନେତୃତ୍ୱ ନେଲେ ଚୁଙ୍ଗିମାଟି ସରପଞ୍ଚ ଜଗଦୀଶ କିଣ୍ଡୋ l

ଆଉ ଗାଁର ଉନ୍ନତି ଦରକାର ନାହିଁ କି ତମ କମ୍ପାନୀ ବି ଆମ ଗାଁରେ ଦରକାର ନାହିଁ lଦର୍ଶକ ବନ୍ଧୁ, ଏ ନିରୀହ-ଗରିବ ଆଦିବାସୀଙ୍କୁ ଠକିବା ବେଶ ସହଜ l ସରଳ ବିଶ୍ୱାସୀ ଲୋକମାନେ l ଦୁଇ ପଦ ହସିକି କଥାହେଲେ ଆପଣାର ହୋଇଯାନ୍ତି ସେମାନେ l ଗାଁରୁ ଜାଗା ଟିକେ ଦେଇ ଦେଲେ କାଳେ ଆମ ଗରିବ ଛୁଆଙ୍କୁ ପାଠପଢ଼ାରେ କିଛି ସହଯୋଗ ମିଳିଯିବ, ପିଇବା ପାଣି ପାଇଁ ଆଉ ଦୁଇ ଚାରିଟା ନଳକୂପ ମିଳିଯିବ, ଆମ ବେକାର ଟୋକାଙ୍କୁ କମ୍ପାନୀରେ ଟେମ୍ପରାରି ଚାକିରୀ ଖଣ୍ଡେ ମିଳିଯିବ, ହେଲର୍ଥ କ୍ୟାମ୍ପ ମାଧ୍ୟମରେ କିଛି ସ୍ୱାସ୍ଥ୍ୟ ସେବା ମିଳିଯିବ, ଆମ ଭେଣ୍ଡିଆ ଟୋକାଙ୍କ ପାଇଁ କିଛି ଖେଳ ସାମଗ୍ରୀ ମିଳିଯିବ, ଖାଣ୍ଡିଆ ଖାବରା ରାସ୍ତା ମରାମତି ହେଇଯିବ, ଆମ ପାଇଁ ପାଇଖେନା ସହିତ କମ୍ୟୁନିଟି ସେଣ୍ଟର ଟେ ମିଳିଯିବ…. ଏମିତି ବହେ ସ୍ବପ୍ନ….. ବାସ ଏମିତି କିଛି ମିଛ ସ୍ବପ୍ନ ଦେଖେଇ ଦେଲେ ବୁଝିଯିବେ ଏ ସରଳ-ନିରୀହ-ଗରିବ ଆଦିବାସୀ ମାନେ l ଏହିଭଳି ପ୍ରତିଶୃତି ଦେଇ L & T କମ୍ପାନୀ ଠକିଥିଲା ଆମ ଚୁଙ୍ଗିମାଟି ପଞ୍ଚାୟତର ଗ୍ରାମବାସୀଙ୍କୁ l ମାତ୍ର ଏ ଅଧିବାସୀଙ୍କର ଆଉ ଗୋଟାଏ ରୂପ ମଧ୍ୟ୍ୟ ଅଛି, ଯାହା ଏ ଠକ କମ୍ପାନୀ ମାନେ ଦେଖିନାହାନ୍ତି ବା ଦେଖି ଭୁଲି ଯାଇଛନ୍ତି l ଥରୁଟିଏ ଯଦି ବୁଝିଗଲେ ଏ କମ୍ପାନୀ ଆମକୁ ଠାକୁଛି, ଆମ ସହିତ ପ୍ରତାରଣା କରୁଛି, ତେବେ ଖେଳ ଖତମ l ଆଜି ସେହି ଅବସ୍ଥା ଆସିଛି l ଏଥର ଆଉ ନୁହେଁ, ଡେଭଲପମେଣ୍ଟ ଦରକାର ନାହିଁ କି ଆମ ଗାଁରେ କମ୍ପାନୀ ବି ଦରକାର ନାହିଁ….

Leave a Reply

Your email address will not be published. Required fields are marked *