ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମନମାନୀ
କାର୍ଯ୍ୟ ନ ସରୁଣୁ ଭୁଶୁଡିଲା ୩୦୦ ଫୁଟର ପାଚେରୀ । ଚାନ୍ଦବାଲି ବ୍ଳକର ପାଇକରାୟ ପୁର ଠାରେ ଆନ୍ତର୍ଦେଶୀୟ ଜଳ ପରିବହନ ବିଭାଗ ପକ୍ଷରୁ ନୂତନ ଭାବେ ନିର୍ମିତ ହେଉଛି ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ । ପ୍ରାଥମିକ ପର୍ଯ୍ୟାୟରେ ଏହାର ପାଚେରୀ ଓ ମାଟି ଫିଲିଂ କାମ ଆରମ୍ଭ ହୋଇଥବା ବେଳେ କାର୍ଯ୍ୟ ନ ସରୁଣୁ ଭୁଶୁଡିଲା ପ୍ରାୟ ୩୦୦ ଫୁଟର ପାଚେରୀ ।

ନିମ୍ନ ମାନର କାର୍ଯ୍ୟ ପାଇଁ ଆଗ ପଟ ପାଚେରୀ ଭୁଶୁଡି ଥିବା ବେଳେ ପ୍ରାୟ ୨କିମି ରୁ ଉର୍ଦ୍ଧ୍ବ ନିର୍ମିତ ପାଚେରୀର ସ୍ଥାଇତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ଯନ୍ତ୍ରୀ ଓ କାର୍ଯ୍ୟରତ ଠିକାଦାର ନିମ୍ନ ମାନର କାର୍ଯ୍ୟ ଯୋଗୁଁ କୋଟି କୋଟି ଟଙ୍କା ପାଣିରେ ପଡୁଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।
