କାମାକ୍ଷାନଗରରେ 78ତମ ସ୍ବାଧିନତା ଦିବସ ପାଳନ ପ୍ରସ୍ତୁତି
ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକସଂପର୍କ ବିଭାଗ ର ଆୟୋଜନରେ ବ୍ଲକ ସଭାଗୃହରେ78ତମ ସ୍ବାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ସହଜିଲ୍ଲାପାଳ ଜ୍ୟୋତିରୂପା ଶତପଥି,ତହସିଲଦାର ପ୍ରିୟବ୍ରତ ଦାସ,ଉପଖଣ୍ଡଚିକିତ୍ସା ଅଧିକାରୀ ଡଃ ଦିଗମ୍ବର ସାହୁ, ଏନ୍ ଏ ସି ନିର୍ବାହୀଅଧିକାରୀ, ଯତିନ୍ଦ୍ର କୁମାର ମିଶ୍ର,ଓ ଓକିଲ ସଂଘ ସଭାପତିଧର୍ମାନନ୍ଦ ମଲ୍ଲିକ ଉପସ୍ଥିତ ଥାଇ ଚଳିତ ବର୍ଷର କାଯ୍ୟକ୍ରମଆଲୋଚନା ହୋଇ ନିଷ୍ପତି ହୋଇଥିଲା,ବିଭିନ୍ନ ବିଭାଗରଅଧିକାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ,ଅଧ୍ୟାପକ ଓ ଅଧ୍ୟାପିକା ମାନେ ସାମିଲ ଥିଲେଜଳ ଯୋଗାଣ ,ବିଦ୍ୟୁତ ବିଭାଗ,ସ୍ବାସ୍ଥ୍ୟ ,ପୋଲିସ ପ୍ରଶାସନଜରୁରୀ ପରିସ୍ଥିତିରେ ଅଗ୍ନିଶମ ବିଭାଗ ଟ୍ରାଫିକ ସମାସ୍ୟାଓ ଛାତ୍ରଛାତ୍ରୀ ଙ୍କ ପ୍ୟାରେଡ ପରେ ସାଂସ୍କୃତିକ କାଯ୍ୟକ୍ରମସିମୀତ ସମୟ ମଧ୍ୟରେ ନୃତ୍ୟ, ସାମୁହିକ ନୃତ୍ୟ ହେବ,ସ୍ବାଧୀନତା ଦିବସ ପୂର୍ବଦିନ କଳ୍ପନା କ୍ଲବ ଠାରୁସଂଧ୍ୟାରେ ମଶାଲଶୋଭାଯାତ୍ରା ହେବ,ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ମାନେ ପ୍ୟାରେଡ ରେ ଅଂଶ ଗ୍ରହଣ କରିବେଛୋଟ ଛୋଟ ପିଲାମାନଙ୍କୁ ପ୍ୟାରେଡ ଅଂଶ ଗ୍ରହଣ ବାରଣକରାଯାଇଛି,ନିଦ୍ଧାରଣ କରାଯାଇଥିବା ଦିନ ମଧ୍ୟରେ କୃତିପ୍ରତିଯୋଗିତା ପରୀକ୍ଷା କରାଯିବ,ବିଚାରକ ମଣ୍ଡଳୀ ଦ୍ବାରାଚୟନ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରାଯିବ,ଅବସର ଓ ଅନୁପସ୍ଥିତ ଥିବା କିଛି ବ୍ୟକ୍ତି ଓ କର୍ମଚାରୀ ଙ୍କ ଯାଗାରେ କିଛି ନୂତନ ବ୍ୟକ୍ତି କର୍ମଚାରୀନିଯୁକ୍ତି ହୋଇ କାଯ୍ୟ ଚଳାଇବେ,କାମାକ୍ଷାନଗର ର ବୁଦ୍ଧିଜୀବୀ, ଆଇନଜିବୀ,ଗଣମାଧ୍ୟମ ପ୍ରତିନିଧ, ସରକାରୀକର୍ମଚାରୀ ପ୍ରମୁଖ ଆଲୋଚନାରେ ସାମିଲ ହୋଇ ନିଷ୍ପତିନେଇଥିଲେ।
