ସର୍ବପୁରାତନ କବିସୂର୍ଯ୍ୟ ବିଦ୍ୟାପୀଠ ରୁ ଲୁଚି ଚାଲିଗଲେ ୩୯ ଜଣ ଅନ୍ତେବାସୀ ଛାତ୍ର

କବିସୂର୍ଯ୍ୟନଗର ସହରରେ ରହିଛି ସର୍ବ ପୂରାତନ ଶିକ୍ଷା ଅନୁଷ୍ଠାନ କବିସୂର୍ଯ୍ୟ ବିଦ୍ୟାପିଠ । ଏହା ଗତ ୧୫ଜୁଲାଇ ୧୯୧୦ ମସିହାରେ ପ୍ରତିଷ୍ଠିତ ହୋଇଥିଲା l ଯେଉଁ ବିଦ୍ୟାପିଠରେ ବାହାର ଜିଲ୍ଲାର ଆଦିବାସୀ ଛାତ୍ର ମାନେ ରହି ପାଠ ପଢନ୍ତି । ଏହି ସ୍କୁଲ ଗତବର୍ଷ ୫ଟି ଅନ୍ତର୍ଭୁକ୍ତ ହେବାପରେ ବିଦ୍ୟାପିଠର ନୂତନ କୋଠା ନିର୍ମାଣ ଚାଲୁଥିବା ହେତୁ ସହରର ଅନ୍ୟତମ ବିଦ୍ୟାଳୟ ନାରାୟଣପୁର ପ୍ରାଥମିକ ବିଦ୍ୟାପୀଠ କୋଠାରେ ପାଠ ପଢା ସହ ହଷ୍ଟେଲ ମଧ୍ୟ ଚାଲୁଅଛି । ତେବେ ଅତିତରେ ଏହି ବିଦ୍ୟାପିଠରେ ପାରିପାର୍ଶିକ ସମସ୍ୟା କୁ ନେଇ ଅନେକ ଛାତ୍ର ବିଦ୍ୟାପିଠ ଛାଡିଥିବାର ନଜିର ରହିଥିବା ବେଳେ ଗତ କାଲି ମଧ୍ୟରାତ୍ରିରେ ଆଉ ୩୯ ଜଣ ଛାତ୍ର ଛାଡି ଚାଲିଯାଇଛନ୍ତି । ଯାହାକି ଏବେ ଚିନ୍ତାର କାରଣ ହୋଇଥିବା ବେଳେ ବହୁ ସମସ୍ୟା ମଧ୍ୟରେ ବିଦ୍ୟାପିଠ ଚାଲିଥିବା ପରିବେଶକୁ ଦେଖିଲେ ଜଳଜଳ ହୋଇ ଦିଷୁଛି । ପ୍ରାୟ ୧୧୪ ବର୍ଷ ହେବ କବିସୂର୍ଯ୍ୟନଗର ସହରର ପରିବାପାଲି ସାହିରେ ରହିଅଛି କବିସୂର୍ଯ୍ୟ ବିଦ୍ୟାପିଠ । ଯେଉଁ ବିଦ୍ୟାପିଠ ଗତ ୨୦୧୬ ମସିହା ଠାରୁ ସେବାଶ୍ରମରେ ପରିଣତ ହୋଇଛି ।

ତେବେ ଏହି ବିଦ୍ୟାପିଠର ନୂତନ କୋଠା ନିର୍ମାଣ ଚାଲୁଥିବା ହେତୁ ସହରର ନାରାୟଣପୁରଶାସନନିକଟ ନାରାୟଣପୁର ପ୍ରାଥମିକ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ପାଠ ପଢା ସହ ଶେଵାଶ୍ରମ ଚାଲୁରହିଛି । ଏହି ବିଦ୍ୟାପିଠରେ ପଛୁଆ ଜିଲ୍ଲାର ଆଦିବାସୀ ଛାତ୍ର ମାନେ ପାଠ ପଢନ୍ତି । ତେବେ ଅତି ଦୁର୍ଭାଗ୍ୟର ବିଷୟ ଯେ ଏହି ବିଦ୍ୟାଳୟରେ ଶିକ୍ଷକ ମାନଙ୍କ ମନମାନି ହେତୁ ଗଲା ଅନେକ ମାସ ବହୁ ସମସ୍ୟା ମଧ୍ୟରେ ଗତି କରୁଛି ଏହି ବିଦ୍ୟାପିଠ । ଯାହାର ପରିବେଶ ଓ ମଧ୍ୟାହ୍ନ ଭୋଜନକୁ ଦେଖିଲେ ଆପେ ଜଳ ଜଳ ହୋଇ ଅନୁଭବ କରିହେଉଛି । ଗୋଟିଏ ଲେଟିନ ଓ ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି ୧୧୫ ଜଣ ଛାତ୍ର lଏମିତି କି ଏହିଭଳି ସମସ୍ୟା କୁ ନଜରରେ ରଖି, ଗଲା ଦଶ ଦିନ ତଳେ ନିଜ ପରିବାର ସଦସ୍ୟଙ୍କୁ ଡାକି ଦଶ ଜଣ ଛାତ୍ର ଚାଲିଯାଇଥିଲେ ଓ ଗତକାଲି ଅ।ଉ ୩୯ ଜଣ ଛାତ୍ର କାହାକୁ ନ କହି ଚାଲିଗଲେ । ଏପଟେ ନିଜ ଦୋଷକୁ ଲୁଚାଇବା ନାରାରେ ତାଗିତ ହେତୁ ଚାଲିଗଲେ ବୋଲି ପ୍ରଧାନ ଶିକ୍ଷକ ସଫେଇ ଦେଉଛନ୍ତି । ଅନ୍ୟପଟେ ଜଣେ ସଭାପତି ଦୀର୍ଘ ବର୍ଷ ହେଲା କାର୍ଯ୍ୟକରି ଆସୁଛନ୍ତି। ଏପରି କି ମଧ୍ୟାହ୍ନ ଭୋଜନ କଥା ନ କହିବା ଭଲ । ତେବେ କ୍ରମାଗତ ଭାବେ ବିଦ୍ୟାଳୟ ଛାଡି ଯାଉଛନ୍ତି ଛାତ୍ର ମାନେ । ଯାହାକି ଏବେ ଆଲୋଚନାର ବିଷୟ ହୋଇଥିବା ବେଳେ ଓଲଟା ଛାତ୍ର ମାନେ ପାଣି ଟ୍ୟାପ ଭାଙ୍ଗିଦେବା ହେତୁ ଛାତ୍ର ମାନେ ଚାଲିଯାଇଥିବା ଅତି ସରଳ ଭାବେ ସୁଚନା ଦେଇଛନ୍ତି ପ୍ରଧାନ ଶିକ୍ଷକ । ଅନ୍ୟପଟେ ଘଟଣା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ କ୍ୟାମେରା ସାମ୍ନାରେ କିଛି ନ କହିଥିଲେ ମଧ୍ୟ ସମସ୍ୟା ଗତ କାରଣ ରୁ ପିଲାମାନେ ଚାଲିଯାଇଛନ୍ତି ଓ ଆସନ୍ତା କାଲି ତଦନ୍ତ ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ସେ ଯାହା ହେଉ କଣ ପାଇଁ ବିଦ୍ୟାଳୟ ଛାଡିଲେ ଛାତ୍ର ମାନେ କେବଳ ତାଗିଦ ନା ଅବ୍ୟବସ୍ଥା ମୁଖ୍ୟ କାରଣ ତାହା ଖୋଜିବା ଏବେ ଚିନ୍ତା ର କାରଣ ହୋଇପଡିଛି ।

Leave a Reply

Your email address will not be published. Required fields are marked *