ଘାଗରାମୁଣ୍ଡା ଗାଁରେ ସିସି ଟିଭିରେ ବାଘ ଠାବ
ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଅଞ୍ଚଳରେ ଗତ 16 ରୁ ବାଘ ଠାବ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।ବାଘ ଆକ୍ରମଣରେ ଜଣେ ବୃଦ୍ଧା ଆହାତ ହେବାପରେ 3 ଦିନ ପରେ ବାଘ ଆକ୍ରମଣରେ ଦୁଇଟି ଗାଈ ଆହାତ ହୋଇଥିଲା ।ଜଙ୍ଗଲରେ ବାଘ ଥିବା ନେଇ ଅଞ୍ଚଳବାସୀ ଆତଙ୍କିତ ଥିବାବେଳେ ଏବେ ବାଘ ଗାଁ ମୁହାଁ ହେଇଥିବାରୁ ଗାଁ ଲୋକମାନେ ଭୟଭୀତ ଅଛନ୍ତି l

ଗତକାଲି ବିଳମ୍ବିତ ରାତିରେ ଘାଗରାମୁଣ୍ଡା ଗାଁରେ ଜଣେ ବ୍ୟକ୍ତିଙ୍କ ସିସି ଟିଭି କ୍ୟାମେରାରେ ବାଘ ଯାଉଥିବା ଫୁଟେଜ ରୁ ଜଣା ପଡ଼ିଛି ।ଆଦିବାସୀ ଅଧ୍ୟୁଷିତ କଙ୍କଡାହାଡ଼ ବ୍ଲକର ଜନ ସାଧାରଣ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଥିବାବେଳେ ଜଙ୍ଗଲରେ ବାଘ ଥିବାରୁ ଚିନ୍ତାରେ ଥିବାବେଳେ ଲୋକମାନେ ଜଂଗଲ ଭିତରକୁ ଯାଉ ନଥିବା ବେଳେ ଏବେ ବାଘ ଗାଁ ମୁହାଁ ହେଉଥିବାରୁ ଲୋକଙ୍କ ଭୟ ଦ୍ୱିଗୁଣିତ ହୋଇଛି ।ଏ ସଂକ୍ରାନ୍ତରେ ମହାବିରୋଡ଼ ରେଞ୍ଜ ଅଧିକାରୀ ହରେଶ କିଷାନ କହିଛନ୍ତି ଘାଗରାମୁଣ୍ଡା ଗାଁରେ ଠାବ ହୋଇଥିବା ଏକ ବନ୍ୟ ଜନ୍ତୁ ବାଘ ହୋଇ ପାରେକି ଅନୁମାନ କରାଯାଉଛି ଘଟଣା ସ୍ଥଳକୁ ଯାଇ ସିସି ଟିଭି ଫୁଟେଜ ଯାଞ୍ଚ କଲାପରେ ସତ୍ୟତା ଜଣାପଡିବ ।ଲୋକମାନେ ଭୟଭୀତ ନହେବା ପାଇଁ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଉଛି ।
