ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ବିଡ଼ିଓଙ୍କ ଦ୍ୱାରସ୍ତ

ମାନର ରାସ୍ତା କାର୍ଯ୍ୟକୁ ବିରୋଧ କରି ବିଡ଼ିଓଙ୍କ ଦ୍ୱାରସ୍ତ ହୋଇଛନ୍ତି ସାହି ବାସିନ୍ଦା |ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦର ମହକୁମା ର ଚାଉରିଆସାହିର ରାସ୍ତା ଏବେ ପଙ୍କ କାଦୁଅରେ ଭରି ରହିଛି |ସାହି ବାସିନ୍ଦା ଘରୁ ପଦାକୁ ବାହାରି ପାରୁନାହାନ୍ତି |ଯେଉଁଆଡେ ଗଲେ ଖାଲି କାଦୁଅ ହିଁ କାଦୁଅ |ତାଛଡା ଡ୍ରେନ ପାଣି ମଧ୍ୟ ଘରେ ଘରେ ପଶୁଛି |ଯାହାକି ସହିବାସିନ୍ଦାଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହୋଇପଡିଛି |ରାଇଘର ବ୍ଲକ ସଦର ମହକୁମାର ସାପ୍ତାହିକ ହାଟପଦାକୁ ଲାଗିକି ରହିଛି ଚଉରିଆ ସାହି |ଏହି ସାହିକୁ ଯିବା ପାଇଁ ସାହି ବାସିନ୍ଦା ଏକ ପକ୍କା ରାସ୍ତା ପାଇଁ ବାରମ୍ବାର ଦାବୀ କରି ଆସୁଥିଲେ |ହେଲେ ପ୍ରଶାସନ କୌଣସି ପଦକ୍ଷେପ ନେଲାନାହିଁ |ଶେଷରେ କିଛି ଦିନ ତଳେ ଜଣେ ସ୍ଥାନୀୟ ଠିକାଦାର ଉକ୍ତ ରାସ୍ତା ଉପରେ ମାଟି ପାଟି ଦେଇଥିବା ସାହି ବାସିନ୍ଦା ଅଭିଯୋଗ ଆଣିଛନ୍ତି |ଯେଉଁ ଠିକାଦାର ରାସ୍ତା କାମ କରୁଥିଲେ ତାଙ୍କୁ ବାରମ୍ବାର ପଚାରିବା ପରେ ମଧ୍ୟ କିଛି ଉତ୍ତର ଦେଲାନାହିଁ |ତରବରିଆ ଭାବେ ୧୦ଦିନ ମଧ୍ୟରେ ରାସ୍ତା କାମ ସାରିଦେଲା |ରାସ୍ତା କାମରେ ସୂଚନା ଫଳକ ଵି ନଥିଲା, ଯଦଦ୍ୱାରା କି ସାହି ବାସିନ୍ଦା କେଉଁ ବିଭାଗର କାମ? କେତେ ଟଙ୍କାର କାମ? କିଛି ଜାଣିପାରିଲେ ନାହିଁ |ବର୍ତମାନ ବଜାର ପଡିଆ ଓ ଚଉରିଆସାହି ସମ୍ପୂର୍ଣ୍ଣ କାଦୁଅମୟ ହୋଇ ପଡିଛି |

ପୂର୍ବରାସ୍ତା ଠିକ ଥିଲା ଓ ରାସ୍ତା ପାର୍ଶ୍ୱର ନିର୍ଗତ ପାଣି ପାଖରେ ଥିବା ଚାଷଜମିରେ ପ୍ରବେଶ କରୁଥିଲା, ହେଲେ ନୂତନ ରାସ୍ତା ନିର୍ମାଣ ପରଠାରୁ ରାସ୍ତାଟି ସାହି ବାସିନ୍ଦାଙ୍କ ଦୁଃଖର କାରଣ ପାଲଟିଯାଇଛି |ସାପ୍ତାହିକ ହାଟକୁ ଆସୁଥିବା ବ୍ୟବସାୟୀମାନେ ମଧ୍ୟ ହଟହଟା ହେଉଥିବା ସାହିଲୋକ ଅଭିଯୋଗ କରିଛନ୍ତି |ଏନେଇ ସାହିର କିଛି ବ୍ୟକ୍ତି ରାଇଘର ବିଡ଼ିଓଙ୍କୁ ସାକ୍ଷାତ କରି ଏକ ଦରଖାସ୍ତ ଦେବା ସହ ଅତିଶୀଘ୍ର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାହି ବାସିନ୍ଦାଙ୍କ ଦୁଃଖ ଦୂର କରିବାକୁ ଅନୁରୋଧ କରିଛନ୍ତି |ପ୍ରଦୀପ ଶିକଦାର ତୀର୍ଥ କ୍ଷେତ୍ର ରିପୋର୍ଟ

Leave a Reply

Your email address will not be published. Required fields are marked *