ଲଗାଣ ବର୍ଷାରେ ଭାଙ୍ଗିଲା ଘର l

ଲଘୁଚାପ ଜନିତ ବର୍ଷାରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ପଞ୍ଚାୟତ ବୈଜଳପୁର ଗ୍ରାମର ବୁଟି ଭାଟି ଙ୍କ ଘର ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ! ବର୍ଷା ଦୀର୍ଘ 15 ଦିନ ଧରି ଲାଗି ରହିଥିବାରୁ ଘର ଭାଙ୍ଗିଯାଇଥିବା ବେଳେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ପରିବାର ଲୋକେ ! ରାତିରେ ସମସ୍ତେ ସୋଇଥିବା ସମୟରେ ଘରଟି ଭାଙ୍ଗି ଯାଇଥିଲା ହେଲେ ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି l ପରେ ପଡିଶା ଲୋକେ ଆସି ସେମାନଙ୍କୁ ଉଦ୍ଧାର କଲେ l ବର୍ତ୍ତମାନ ସେମାନେ ତାଙ୍କର ସମ୍ପର୍କୀୟ ଘରେ ରହୁଛନ୍ତି lସେ ଜଣେ ଅତି ଗରିବ ଶ୍ରେଣୀର ଲୋକ ଅଟନ୍ତି ! ଆବାସ ଯୋଜନା ଖଣ୍ଡେ ପାଇଁ ଗୋଲାମୁଣ୍ଡା ବିଡ଼ିଓଙ୍କୁ ଅନେକ ଅଭିଯୋଗ ପତ୍ର ଦେଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା କହିଛନ୍ତି ! ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଗୋଟିଏ ବୋଲି ଝିଅ ! ବୁଟି ଭାଟି ଙ୍କ ଜମିବାଡ଼ି ବୋଲି କିଛି ନାହିଁ ସେ ଗ୍ରାମର ଗାଈ ଚରାଇ ନିଜର ଜୀବିକା ନିର୍ବାହ କରୁଛନ୍ତି ! ଏପଟେ ତାଙ୍କର ସ୍ତ୍ରୀ ବହୁ ଦିନରୁ ମାନସିକ ରୋଗରେ ପୀଡିତ ଅଛନ୍ତି ! ଏ ନେଇ ବି.ଡ଼ି.ଓ ଶ୍ରୀମତୀ ଅକ୍ଷମିତା କାର୍ତ୍ତିକଙ୍କୁ ଫୋନ କଲେ ସମ୍ପୂର୍ଣ ଭାବରେ ଘର ଭାଙ୍ଗିଯାଇ ଥିଲେ ତହସିଲଦାର ପ୍ରଥମେ ତଦନ୍ତ କରି ରିପୋର୍ଟ ଦେଲାପରେ ପଞ୍ଚାୟତ ଜରିଆରେ କିଛିଦିନ ପାଇଁ ଏକ ଆଶ୍ରୟସ୍ଥଳୀରେ ରହିବାକୁ ଅନୁମତି ଦେବା ସଙ୍ଗେ ACC ରିପୋର୍ଟ ଅନୁଯାଇ ନୂତନ ଘର ଖଣ୍ଡେ ଯୋଗାଇ ଦିଆଯିବ ବୋଲି କହିଥିଲେ ! ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଘର ଖଣ୍ଡେ ଯୋଗାଇ ଦେବାକୁ ପରିବାର ପକ୍ଷରୁ ଦାବି କରିଛନ୍ତି !

Leave a Reply

Your email address will not be published. Required fields are marked *