ପୁରୀ ପଢ଼ାଇ ଦେଶ କି ଭଳାଇ
ପୁରୀ ପଢ଼ାଇ ଦେଶ କି ଭଳାଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହଲିଙ୍ଗ ଗ୍ରାମପଞ୍ଚାୟତ ର ମାହାଲିଙ୍ଗ ଉଚ୍ଚ ବିଦ୍ୟାଳୟ ରେ ବାଳିକା ମାନଙ୍କ ପାଠପଢ଼ା କୁ ସମ୍ପୂର୍ଣ୍ଣ କରିବା ଦିଗ ରେ *ପୁରି ପଢ଼ାଇ ଦେଶ କି ଭଲାଈ* ନାମକ ଏକ କ୍ୟାମ୍ପେନ୍ ଜନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି, ଯାହାକି ଚାଇଲ୍ଡ ରାଇଟ୍ସ୍ ଆଣ୍ଡ ୟୁ (କ୍ରାଏ) ସହଯୋଗ ରେ ଚଲେ ଚଲୋ ସଂସ୍ଥା ମାଧ୍ୟମ ରେ କରଯାଇଥିଲା ଉକ୍ତ କାର୍ଯ୍ୟ କ୍ରମ ଟି ପ୍ରୋଗ୍ରାମ କାର୍ଯକ୍ରମ ପରିଚାଳକ ଚିନ୍ମୟ କୁମାର ପ୍ରଧାନ ଓ ବରିଷ୍ଠ ସ୍ବାସ୍ଥ୍ୟ କର୍ମୀ ଭୋଦେବ ଭୋଇ ଙ୍କ ନେତୃତ୍ୱ ଏବଂ ଫିଲ୍ଡ ଷ୍ଟାଫ୍ ବସ୍ମତି ଭୋଇ, ବଇଦେହି ସାହୁ ,ଆଶ୍ରିତା କର ଏବଂ ମହାଳିଙ୍ଗ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ସକ୍ରିୟ ସହାୟତା ରେ କାର୍ଯ୍ୟ କ୍ରମ କୁ ସମ୍ପାଦନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ୍ ର ସହକାରୀ ବ୍ଲକ୍ ଅତିରିତିକ୍ତ ଗୋଷ୍ଟି ଶିକ୍ଷା ଅଧିକାର ଶ୍ରୀମତୀ ରିନା ଦାସ ଏବଂ ସିଆରସିସି ଶ୍ରୀଯୁକ୍ତ ଭୀଷ୍ମ ସାହୁ ଙ୍କ ସମେତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଅନ୍ୟକର୍ମକର୍ତ୍ତା ଏବଂ ଦଶମ ଓ ନବମ ଶ୍ରେଣୀ ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ବାଳିକା ମାନଙ୍କ ଶିକ୍ଷା ଦିଗରେ ରେ ଉପୁଜୁଥିବା ବାଧା ଯଥା ଆର୍ଥିକ ସମସ୍ୟା , ବାଲ୍ୟବିବାହ , ମାନବ ଚାଲାଣ , ସ୍ଥାନାନ୍ତରଣ ଇତ୍ୟାଦି ବିଷୟରେ ଆଲୋଚନା କରିବା ସହ ପାଠ ପଢି ନିଜକୁ କିଭଳି ସଶକ୍ତ କରି ଗଢିତୋଳିବେ ସେ ବିଷୟ ରେ ପୁଙ୍ଖନୁ ପୁଖ ଭାବେ ଝିଅ ମାନଙ୍କୁ ସଚେତନ କରାଯାଇଥିଲା । ଏବଂ ଆଗାମୀ ଦିନରେ ଅତି କମ୍ ରେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିବାକୁ କୁହାଯାଇଥିଲା ।
