ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡା ବିଡ଼ିଓ

ଭିଜିଲାନ୍ସ ଜାଲରେ ଗୋଲାମୁଣ୍ଡାବିଡ଼ିଓ, ଅକ୍ଷମିତା କାର୍ତ୍ତିକ,ବିଡ଼ିଓ ଙ୍କ ଗାଡି ରୁ ୪ ଲକ୍ଷ ୯୨ହଜାର ଟଙ୍କା ଜବତ ସୂଚନା, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତ୍ତିକ ଆଜି ଭବାନୀପାଟଣା ରୁ ମିଟିଂ ସାରି ଗୋଲାମୁଣ୍ଡା ଫେରୁଥିବା ସମୟରେ କଳାହାଣ୍ଡି ଭିଜିଲାନ୍ସ ର ଏକ ଟିମ କୌଣସି ସୂତ୍ରରୁ ଖବର ପାଇଜାତୀୟ ରାଜପଥ ୨୬ ଜାରିଂ ନିକଟରେ ବିଡ଼ିଓ ଙ୍କ ଗାଡି କୁ ଅଟକାଇ ଭିଜିଲାନ୍ସ ଅଧିକାରୀ ମାନେ ଯାଞ୍ଚ କରିବାରୁ ଗାଡି ରୁ ୪ଲକ୍ଷ ୯୨ହଜାର ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି। ତେବେ ଜବତ ଟଙ୍କା ବିଷୟରେ କୌଣସି ସନ୍ତୋଷଜନକ ଉତ୍ତର ବିଡ଼ିଓ ଦେଇ ପାରିନଥିବା ବେଳେ ତଦନ୍ତ ଜାରି ରହିଛି।ବିଡ଼ିଓ ମହାଶୟା ପୂର୍ବ ସମୟ ରେ ନବରଙ୍ଗପୁର ଜିଲ୍ଲା କୋଷା ଗୁମୁଡା ବ୍ଲକ ରେ କୋଭିଡ ଟଙ୍କା ଆତ୍ମସାତ କରି ନିଲମ୍ବନ ହୋଇ କୋରାପୁଟ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ କାମ କରୁଥିଲେ,ଏତତଃ ବ୍ୟତୀତ ତେନ୍ତୁଳୀଖୁଣ୍ଟି ବ୍ଳକ ରେ ମଧ୍ୟ ଟଙ୍କା ଖାଇ ନିଲମ୍ବନ ହୋଇଥିଲେ ଓ ରାୟଗଡା ଜିଲ୍ଲା ଅଧିନ ଗୁଣପୁର ତହସିଲ ର ତହସିଲଦାର ଥିବା ସମୟରେ ମଧ୍ୟ ପ୍ରଚୁର ମାତ୍ରରେ ଲାଞ୍ଚ ଖାଇ ଆଇନଜୀବୀ ମାନଙ୍କ ସହିତ ଝଗଡା କରି ଥାନା ରେ ମଧ୍ୟ ଶ୍ରୀମତୀ କାର୍ତିକ ମେଡମ ଙ୍କ ନାମରେ କେସ ହୋଇଥିଲା। ଗୋଲାମୁଣ୍ଡା ବିଡ଼ିଓ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ଅତି ଖାସ ଲୋକ ଅକ୍ଷମିତା କାର୍ତିକ ଙ୍କୁ ଗିରଫ କରିଛି ଜୟପୁର ଭିଜିଲାନ୍ସ,ତେବେ ଜୁନାଗଡ଼ ବିଧାୟକ କୋରାପୁଟ ଜିଲ୍ଲା ର ପର୍ଯ୍ୟବେକ୍ଷକ ଥିବା ବେଳେ ଏହି ଲାଞ୍ଚୁଆ ବିଡ଼ିଓ ଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ର ଗୋଲାମୁଣ୍ଡା ବ୍ଲକ କୁ ବିଡ଼ିଓ କରି ଆଣିଥିଲେ।

Leave a Reply

Your email address will not be published. Required fields are marked *