ଜୁଆ ଆଡ୍ଡାରେ ଗୁଳି ଫୁଟି ହତ୍ୟା

ଜୁଆ ଆଡ୍ଡାରେ ଗୁଳି ଫୁଟି ହତ୍ୟା ଘଟଣାରେ ମୂଖ୍ୟ ଅଭିଯୁକ୍ତ ସୁଦୂରୁ ର ଆତ୍ମସମର୍ପଣ | ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଅଞ୍ଚଳର ଯଟେଶ୍ୱର ପୋଖରୀ ହିଡରେ ଜୁଆ ଖେଳ ଚାଲିଥିଲା ବେଳେ ତ୍ରିନାଥ ମଳିକକୁ ଅତି ନିକଟରୁ ଗୁଳି କରି ହତ୍ୟା ଘଟଣାର ର ୨୪ ଦିନ ପରେ ବି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ହେଲା। ଶେଷରେ ଆଜି ନିଜେ ଆସି କବିସୂର୍ଯ୍ୟନଗର ଥାନାରେ ଆତ୍ମସମର୍ପଣ କରିଥିବା ନିଜେ ସୁଦୂରୁ ଫୋନ ଯୋଗେ ଜଣାଇଛି।

ସୁରଟରୁ ଛଞ୍ଚା ମାଷ୍ଟ୍ର ରୂପେ ପରିଚିତ ଉଦୟ ପ୍ରଧାନ ନିଜେ ସୁଦୂରୁ ଦଳାଇ ଓ ବୁଲୁ ଭୋଳକୁ ଧରି କବିସୂର୍ଯ୍ୟନଗର ଥାନାରେ ଆଜି ସକାଳ ୧୦ ଘଣ୍ଟା ସମୟରେ ପହଞ୍ଚିଥିଲେ। ପରିବାରକୁ ପୋଲିସ ହଇରାଣ କରିବା ଭୟ ଓ ପୋଲିସ ଭୟରେ ଏଣେତେଣେ ଘୁରିବା ଭୟ ହେତୁ ସେ ଆତ୍ମସମର୍ପଣ କରିଥିବା ପ୍ରତିକ୍ରିୟାରେ କହିଛି। ତେବେ ମୃତକଙ୍କ ବାପା ବାସୁଦେବ ମଳିକ ପ୍ରଥମ ଦିନରୁ ହିଁ ହତ୍ୟା ଲାଗି ସୁଦୂରୁ ଦଳାଇକୁ ଦାୟୀ କରିଥିଲା। ପ୍ରକାଶଥାଉକି ଏହି କେଶରେ ସୁଦୂରୁର ଭାଇ ଚିତ୍ର ଓ ଅନ୍ୟଜଣଙ୍କୁ ପୋଲିସ ଜେଲକୁ ପଠାଇଥିବା ସୂଚନା ହସ୍ତଗତ ହୋଇଛି।

Leave a Reply

Your email address will not be published. Required fields are marked *