କବିସୂର୍ଯ୍ୟ ବିଦ୍ୟାପୀଠ ଛାତ୍ର ଲୁଚି ଚାଲିଯିବା ଘଟଣା

କବିସୂର୍ଯ୍ୟନଗର ସର୍ବ ପୁରାତନ କବିସୂର୍ଯ୍ୟ ବିଦ୍ୟପୀଠ ଚାଲିଛି ପ୍ରଧାନ ଶିକ୍ଷକ ଦବଙ୍ଗ ଗିରି l ନବମ ଓ ଦଶମ ଶ୍ରେଣୀ ଅନ୍ତେବାସୀଙ୍କୁ ଠିକ ଖାଦ୍ୟ ନ ଦେବା, ଆହାର କେନ୍ଦ୍ର ଖାଦ୍ୟ ଦେବା, ଦିନରେ ଦୁଇଥର ଅନୁପଯୁକ୍ତ ଖାଦ୍ୟ ଦେବା ତଥା ବିଭିନ୍ନ ସମସ୍ୟା କେନ୍ଦ୍ର କରି ଗତ ୩୧ ତାରିଖ ରାତ୍ର ୩୯ ଜଣ ଛାତ୍ର ହଷ୍ଟେଲ ଛାଡି ଲୁଚି ପଳାଇଯାଇଥିଲେ l ତିନି ଦିନ ବିତି ଯାଇଥିଲେ ସୁଦ୍ଧା ମାତ୍ର ଆଜି ପର୍ଯ୍ୟନ୍ତ ୦୫ ଟି ପିଲା ଆସିଥିବା ପ୍ରଧାନ ଶିକ୍ଷକ ସୁନୀଲ ରଥ କହିଛନ୍ତି l ତଦନ୍ତ ବେଳେ ବହୁ ସମସ୍ୟା ରେ ଜର୍ଜରିତ ବୋଲି ତଦନ୍ତ ଦଳ ଅନୁଭବ କରିଥିବା ସୂଚନା ଦେଇଛନ୍ତି l ସ୍କୁଲ ସମସ୍ୟା ନେଇ ଆଜି ସକାଳେ ଏକ ଯୁଗ୍ମ କମିଟି ନାରାୟଣପୁର ପ୍ରାଥମିକ ବିଦ୍ୟାଳୟ ଓ ନୂତନ ୦୫ଟି ସ୍କୁଲ କବିସୂର୍ଯ୍ୟ ବିଦ୍ୟାପୀଠ କୁ ତଦନ୍ତରେ ଆସିଥିଲେ l

ଅପାରହ୍ନ ୦୩ଟାରେ ତଦନ୍ତ କରି ଫେରିଥିଲେ l ତିନି ଜଣିଆ ତଦନ୍ତ ଟିମ ମଧ୍ୟରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦେବରଞ୍ଜନ ଦାସ, କବିସୂର୍ଯ୍ୟନଗର ବିଡିଓ ସୁଶ୍ରୀ ସାଗରୀକା ଷଢଙ୍ଗୀ ଓ ବିଇଓ ଅଭିମନ୍ୟୁ ସାହୁ ଥିଲେ l ହଷ୍ଟେଲ ଛାତ୍ରଙ୍କ ବ୍ୟାଙ୍କ ଖାତାକୁ କେବେ ବି ଟଙ୍କାଟିଏ ନ ଆସିବା ଘଟଣା, କବିସୂର୍ଯ୍ୟ ବିଦ୍ୟାପୀଠ କୋଠାକୁ ସଂସ୍କୃତ ଶିକ୍ଷା ବିଭାଗ ଅଧ୍ୟକ୍ଷ ବିନା ଅନୁମତିରେ ଭାଙ୍ଗିବା, ପୁରୁଣା କୋଠାର ମୂଲ୍ୟବାନ କାଠ, ଟିଣ ଓ ଲୁହl ସାମଗ୍ରୀ ବିନା ନିଲାମରେ ବିକିବା, ଭାଙ୍ଗିବା ପରେ ପିଲାମାନେ ନିଜ ଘରକୁ ଚାଲିଯିବା ସମୟରେ ମଧ୍ୟାହ୍ନ ଭୋଜନ ହରିଲୁଟ ଘଟଣା, ବିଦ୍ୟାଳୟ ହତା ମଧ୍ୟରେ ଭଡାରେ ପରିବା ପାଲି ଚଳାଇବା, ହଷ୍ଟେଲ ଯଏନ ବେଳେ ୩୦୦ଟଙ୍କା ଓ ଏସ.ଏଲ. ସି ଉଠାଇବା ବେଳେ ୫୦୦ ଟଙ୍କା ପିଲାଙ୍କଠୁଁ ଆଦାୟ, ପ୍ରତି ପିଲାଙ୍କୁ ୩୩ଟଙ୍କାରେ ଦୁଇଥର ନିମ୍ନ ମାନର ଖାଦ୍ୟ, କୋଭିଡ ସମୟର ପିଲାଙ୍କ ଟଙ୍କା ହରିଲୁଟ, ପରୀକ୍ଷା ଚାନ୍ଦା ୧୦୦ଟଙ୍କା ବେନିୟମ ଆଦାୟ, ଆହାର କେନ୍ଦ୍ରର ଖାଦ୍ୟ ବଣ୍ଟନ, ସପ୍ତାହରେ ଦୁଇଥର ଅଣ୍ଡା ଦେବାର ନିୟମ ଥିଲେ ବି ମାସରେ ଥରେ ଏଭଳି ଅନେକ ସମସ୍ୟା ତଦନ୍ତ ଟିମ ଅନୁଧ୍ୟାନ କରିଥିଲେ l କିନ୍ତୁ ଏହା ଅନୁଧ୍ୟାନ ରେ ହିଁ ରହିଯିବ ନା ପିଲାଙ୍କ ସାମୂହିକ ସ୍ୱାର୍ଥ ପାଇଁ ଜିଲ୍ଲା ପ୍ରଶାସନ କଣ କରୁଛି ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *