କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ

କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଶୁକ୍ରବାର ଆମପାଣି ସ୍ଥିତ ଡାକ ବଙ୍ଗଳାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ଦିନ ହୋଇଥିଲା । ଏହି ବୈଠକ ରେ ବରିଷ୍ଠ ସାମ୍ବାଦିକ ଭଦ୍ରାଞ୍ଚଳ ନାଏକଙ୍କ ସଭାପତିତ୍ବ ରେ ଆୟୋଜିତ ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହ ସଙ୍ଘ ନାମକରଣ, ସାମ୍ୱାଦିକ ସୁରକ୍ଷା ,ସାମ୍ବାଦିକ ପେନସନ ଓ ଅଞ୍ଚଳର ବିକାଶ ଓ ଦୁର୍ନୀତି ନିବାରଣ ବିରୋଧରେ ସ୍ବର ଉତ୍ତୋଳନ କରିବା ନିମନ୍ତେ ଆଲୋଚନା କରା ଯାଇଥିଲା । ବିଧିବଦ୍ଧ ଭାବେ ସଙ୍ଘ ନାମକରଣ ନେଇ କୋକସରା ବ୍ଲକ ୟୁନିୟନ୍ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ନାମରେ ନାମିତ କରାଯାଇଥିବା ବେଳେ ସଙ୍ଘ ର ନୂତନ କର୍ମକର୍ତ୍ତାଙ୍କ ମଧ୍ୟରେ କୋକସରା ବ୍ଲକ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଶରତ ଚନ୍ଦ୍ର ରାଉତ ,ଉପ ସଭାପତି ଭାବେ ସନତ କୁମାର ପ୍ରଧାନୀ,କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ କୁମାର ପଟ୍ଟଯୋଶୀ, ସାଧାରଣ ସମ୍ପାଦକ ସୁଧାରାମ ସରାଫ,ସହ ସମ୍ପାଦକ ସୁରେଶ ଚନ୍ଦ୍ର ସାହୁ, ସାଂଗଠାନିକ ସମ୍ପାଦକ ଭଦ୍ରାଞ୍ଚଲ ନାଏକ,କୋଷାଧ୍ୟକ୍ଷ ଭାବେ ଭୋଲାନାଥ ପଟେଲ ରହିଥିବା ବେଳେ ତାପସ କୁମାର ରାୟ ଏବଂ ବିଜୟ ପଣ୍ଡା ଉପଦେଷ୍ଟା କମିଟିରେ ରହିଛନ୍ତି। ଏତତ୍ ବ୍ୟତୀତ କିଶନ କୁମାର ପଟ୍ଟନାୟକ ,ତ୍ରୈଲୋକ୍ୟ ଵେଶ୍ରା, ଦିଗାମ୍ବର ନାଗ, ରୁପେନ୍ଦ୍ର ସୁନାନି, ତ୍ରିନାଥ ଵେଶ୍ରା କାର୍ଯ୍ୟନିର୍ବାହୀ ସଦସ୍ୟ ରୂପେ ଉପସ୍ଥିତ ଥିଲେ ।ଏହି ବୈଠକରେ ଆଗମୀ ସମୟରେ ସଙ୍ଘ ପକ୍ଷରୁ ଅଞ୍ଚଳ ର ସାମୂହିକ ବିକାଶ, ସାମ୍ବାଦିକ ଙ୍କ ସୁରକ୍ଷା,ବରିଷ୍ଠ ସାମ୍ବାଦିକ ଙ୍କ ପାଇଁ ପେନସନ ସହ ପରିବାର ସଦସ୍ୟ ଙ୍କ ପାଇଁ ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଗାମୀ ଦିନରେ ରାଜ୍ୟ ସରକାରଙ୍କୁ ଦାବି କରିବାକୁ ମତ ପ୍ରକାଶ ପାଇଛି। ବୈଠକ ଶେଷ ରେ ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *