ଅଜଣାଗାଡି ଧକ୍କା ରେ ଅଚିହ୍ନା ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ୫୩ ନମ୍ବର ଜାତୀୟ ରାଜପଥ ର ବଡ଼ସୁଆଁଳ ଛକ ନିକଟରେ ଅଜଣା ଗାଡି ଧକ୍କା ରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି l ମୃତ ଯୁବକ ଜଣକ ଙ୍କ ପରିଚୟ ଜଣା ପଡିନାହିଁ l ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଯୁବକ ଜଣକ ୫୩ ନମ୍ବର ଜାତୀୟ ରାଜପଥ ର ବଡ଼ସୁଆଁଳ ନିକଟରେ ଜାତୀୟ ରାଜପଥ ପାର ହେଉଥିବା ସମୟରେ ଏକ ଅଜଣାଗାଡି ଯୁବକ ଙ୍କୁ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକ ଙ୍କ ସହାୟତା ରେ ଆମ୍ବୁଲାନ୍ସ ଯୋଗେ ଯୁବକ ଜଣ ଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ତେବେ ମୃତ ଯୁବକ ଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ କାମାକ୍ଷାନଗର ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଯାରିରଖିଛି l

Leave a Reply

Your email address will not be published. Required fields are marked *