ବ୍ୟାଟେରୀ ଚାଳିତ ୩ଚକିଆ ସାଇକେଲ ବଣ୍ଟନ
-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତାରେ ବ୍ୟାଟେରୀ ଚାଳିତ ୩ ଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଏ ଲଆଇ ଏମସି ଭୂବନେଶ୍ଵର ଓ ଭାରତୀୟ ତୈଳ ନିଗମ ପାରାଦୀପଙ୍କ ମିଳିତ ଆନୁକୂଲ୍ୟରେ ପରଜଙ୍ଗ ବ୍ଲକ ର ବିଭିନ୍ନ ପଞ୍ଚାୟତରୁ ୩୨ଜଣ ଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ତିନିଚକିଆ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ସମିତି ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ଦଳ ବେହେରା, ଉପାଧ୍ୟକ୍ଷ ଯଶସ୍କୀନ ରାଉତ,ପରଜଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଏଏ ଲଆଇ ଏମସି ଭୂବନେଶ୍ଵର ଓ ଭାରତୀୟ ତୈଳ ନିଗମ ପାରାଦୀପଙ୍କୁ ଧନ୍ୟବାଦ୍ ଦେବା ସହିତ ଖୁବଶିଘ୍ର ଲୋକଙ୍କୁ ଅଧିକରୁ ଅଧିକ ଭାବର ବ୍ୟାଟେରୀ ଚାଳିତ ୩ ଚକିଆ ସାଇକେଲ ଯୋଗାଇଦେବାକୁ ମତ ପ୍ରକାଶ କରିଛନ୍ତି।
