କର୍ମଚାରୀଙ୍କ ମୃତ୍ୟୁକୁ ନେଇ 108 ଆମ୍ବୁଲାନ୍ସ ସଂଘଙ୍କ ରଣହୁଙ୍କାର,

ଯାଜପୁର ଜିଲ୍ଲା 108 ଆମ୍ବୁଲାନସ୍ ଚାଳକ ସଂଘ ପକ୍ଷରୁ କର୍ମଚାରୀ ମାନେ ଆଜି ଜାରକା ନିକଟ ଗୋକର୍ଣେଶ୍ୱର ମନ୍ଦିର ନିକଟରେ ଏକାଠି ହୋଇ ଚିକିତ୍ସା ହେଲଥ କେୟାର ସଂସ୍ଥା ଵିରୁଦ୍ଧରେ ରଣ ହୁଙ୍କାର ଦେଇଛନ୍ତି। ପ୍ରତିବାଦ ସ୍ବରୂପ ଆଜି ଜିଲ୍ଲାର ସମସ୍ତ 108 ଆମ୍ବୁଲାନ୍ସର GPS କୁ ବନ୍ଦ କରିବା ସହ ରାଜ୍ଯ ସରକାର ତୁରନ୍ତ ହସ୍ତକ୍ଷେପ ନକଲେ ଆଗାମୀ ଦିନରେ ରାଜ୍ୟର ଛ ହଜାର 108 ଗାଡି ର କର୍ମଚାରୀ ସେବା ଠପ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଗତକାଲି ରସୁଲପୁର ବ୍ଲକ ଓଡିଶୋ ପଞ୍ଚାୟତର ମାନପୁର ଗାଁ ର 108 କର୍ମଚାରୀ ପ୍ରଶାନ୍ତ କୁମାର ଦାସ ଡିଉଟି ସମୟରେ ଗାଡିରୁ ଖସିପଡି ମୃତ୍ୟୁ ବରଣ କରିଥିବା ବେଳେ 108 ଦାୟିତ୍ଵରେ ଥିବା ସଂସ୍ଥା କିଛି ସହାୟତା ଦେଇ ନାହିଁ। ଫଳରେ ଆଜି ସଙ୍ଘ ପକ୍ଷରୁ ଯାଜପୁର ଜିଲ୍ଲାର 230 ଜଣ ଆମ୍ବୁଲାନ୍ସ କର୍ମଚାରୀ ଏକାଠି ହୋଇ ସମ୍ପୃକ୍ତ ସଂସ୍ଥାର ଯାଜପୁର ଦାୟିତ୍ଵ ରେ ଥିବା କର୍ମଚାରୀଙ୍କୁ ଗିରଫ କରିବା ସହ କୋଡିଏ ଲକ୍ଷ୍ୟ ଟଙ୍କାର କ୍ଷତି ପୂରଣ ଦାବି କରିଛନ୍ତି। ରାଜ୍ଯ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ ନକଲେ ଆଗାମୀ ଦିନରେ 108 ସେବା କୁ ଅଚଳ କରି ଦିଆଯିବ ବୋଲି ସଂଘର ନେତା ମାନେ କହିଛନ୍ତି।

ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *