ଟ୍ରେନ କୋଚରେ ନିଆଁ କୁ ଶୀଘ୍ର ଲିଭାଜିବା ଘଟଣା

ଆଜି ପୂର୍ବାହ୍ନରେ ବିଶାଖାପାଟଣା ରେଳ ଷ୍ଟେସନ ଠାରେ ବନ୍ଦ ଅବସ୍ଥାରେ ଥିବା ଏକ ଖାଲି ଏସି କୋଚ (ଯାହାକି ରକ୍ଷଣାବେକ୍ଷଣ ପାଇଁ ଯିବାର ଥିଲା) ରେ ନିଆଁ ଘଟଣାକୁ ଶୀଘ୍ର ଅନୁସନ୍ଧାନ ସହିତ ଆୟତ୍ତ କରାଯାଇ ପାରିଥିଲା l ଏହି କୋଚ ସକାଳ 6 ଘଣ୍ଟା 30 ମିନିଟରେ ବିଶାଖାପାଟଣା ଷ୍ଟେସନ ଠାରେ ପହଞ୍ଚି ଏହାର ଯାତ୍ରା ସମାପ୍ତ କରିଥିଲା l ପୂର୍ବାହ୍ନ 9 ଘଣ୍ଟା 40 ମିନିଟ ସମୟରେ ରକ୍ଷଣାବେକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋ କୁ ଯିବା ପୂର୍ବରୁ ଏଥିରେ ଧୂଆଁ ବାହାରୁଥିବା ଦେଖି ଡ୍ୟୁଟି ରେ ଥିବା ଆରପିଏଫ ଓ କ୍ୟା୍ଟେରିଙ୍ଗ କର୍ମଚାରୀ ଖବର ଦେଇଥିଲେ l ଷ୍ଟେସନ ଷ୍ଟାଫ ଓ ଆରପିଏଫ ପକ୍ଷରୁ ଆନ୍ଧ୍ର ପ୍ରଦେଶ ଫାୟାର ବ୍ରିଗେଡକୁ ଖବର ଦିଆଯାଇଥିଲା l ଫାୟାର ବ୍ରିଗେଡ 10 ଘଣ୍ଟା 10 ମିନିଟରେ ପହଞ୍ଚି ପ୍ରାୟ ଘଣ୍ଟାଏ ମଧ୍ୟରେ ନିଆଁ କୁ ଆୟତ୍ତ କରିଥିଲା l ରେଳ ଚଳାଚଳ କ୍ଷେତ୍ରରେ କୌଣସି ପ୍ରଭାବ ନଥିବାବେଳେ ସମସ୍ତ ଟ୍ରେନ ସଠିକ ସମୟରେ ଚଳାଚଳ କରିଥିଲା l ଟ୍ରେନ କୋଚ କୁ ଅନୁସନ୍ଧାନ ଓ ପରୀକ୍ଷଣ ପାଇଁ କୋଚ ମେଣ୍ଟେନାନ୍ସ ଡିପୋକୁ ନିଆଯାଇଅଛି l ସମସ୍ତ ଟ୍ରେନ ବିଶାଖାଟଣା ଠାରେ ସଠିକ ସମୟରେ ସେମାନଙ୍କର ଚଳାଚଳ କରିଥିଲା l ଏହି ଘଟଣା ପାଇଁ ଏକ ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦିଆଯାଇଅଛି l

Leave a Reply

Your email address will not be published. Required fields are marked *