ଭଦ୍ରକ ସହରରେ ମାତିଛି ଲୁଟେରା

ରାତି ଅନ୍ଧାରରେ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା | ଭଦ୍ରକ ଟାଉନ ଥାନା ଅଧିନ ଚରମ୍ପା ଧଳସାହିରେ ଘଟିଛି ଏଭଳି ଘଟଣା | ଗତକାଲି ରାତିରେ ଝରକା ଗ୍ରିଲ୍ ଭାଙ୍ଗି ଘରେ କଳାକନା ବୁଲେଇ ଦେଲେ ଲୁଟେରା | ସୂଚନ ଅନୁସାରେ ଗତକାଲି ବିଲମ୍ବିତ ରାତିରେ ଘରେ ପୁରଷ ଲୋକ ନ ଥିବା ବେଳେ ଝରକା ଗ୍ରିଲ୍ ଭାଙ୍ଗି ଭିତରକୁ ପଶିଥିଲା ଚୋର | ପରେ ଆଲମିରା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଲେ ଲୁଟେରା | ତେବେ ପାଖ ରୁମରେ ମା ଓ ଝିଅ ଶୋଇଥିଲେ ହି କୌଣସି ଟେର ପାଇ ନଥିଲେ | ସକାଳୁ ଉଠିଲା ପରେ ଚୋରି ହୋଇଥିବା ନେଇଁ ଜାଣି ପାରିଥିଲେ ଘରଲୋକ |

ଆନୁମାନିକ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚୋରି ହୋଇଥିବା କହିଛନ୍ତି ଘରଲୋକ | ଖବର ପାଇଁ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା | ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ | ତେବେ ଭଦ୍ରର ସହରାଞ୍ଚଳରେ ବାରମ୍ବାର ଏଭଳି ଚୋରି ଘଟଣା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏ ନେଇ ପୋଲିସ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛି ତୀହା ଦେଖିବାକୁ ବାକି ରହିଲା |

Leave a Reply

Your email address will not be published. Required fields are marked *