ପାଲା ଗୁରୁ ରଘୁନାଥ ରଣାଙ୍କ ପନ୍ଦର ତମ ସ୍ମୃତିଚାରଣ ସଭା
*ବୋଳଂ-୪/୮()ବାଲେଶ୍ବର ଜିଲ୍ଲା ମୁକୁଳିସି ପଞ୍ଚାୟତ ମୁକୁଳିସି ଗ୍ରାମରେ ଶିବାନନ୍ଦ ରଣାଙ୍କ ବାସଭବନ ରେ ପାଲା ଗୁରୁ ରଘୁନାଥ ରଣାଙ୍କ ପନ୍ଦର ତମ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି ।ଏଥିରେ ବିଜୟ କୁମାର ପାଠୀ ସଭାପତିତ୍ବ ଜରିଥିଲେ ।ମୁଖ୍ଯ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ପ୍ରଦୀପ କୁମାର ବିଶ୍ବାଳ ଉପସ୍ଥିତ ହୋଇ ଲୋକ କଳା କୁ ଉଜ୍ଜୀବିତ କରିବାକୁ ହେଲେ ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।ମୁଖ୍ଯ ବକ୍ତା ଭାବେ ଗାୟକ ଚକ୍ରବର୍ତ୍ତୀ ବିଜୟ ଘୋଷ ଉପସ୍ଥିତ ହୋଇ ଗୁରୁ ରଘୁନାଥ ରଣାଙ୍କ ପରି ଛାତ୍ର ବତ୍ସଳ,ପରୋପକାରୀ ,ଧର୍ମାବଲମ୍ବୀ ,ସଦାଚାରଣ କୁ ଅନୁସରଣ କଲେ ନିଶ୍ଚିତ ଭାବେ ସମାଜର ମଙ୍ଗଳ ଏଥୀରେ ସନ୍ଦେହ ନାହିଁ ।ଅନ୍ୟମାନଙ୍କ ମଧ୍ଯରେ ମୁକୁଳିସି ପଞ୍ଚାୟତ ସରପଞ୍ଚ ଅମିତ କୁମାର ବିଶ୍ବାଳ, ଅଧ୍ୟାପକ ଅଶୋକ ରଥ,ଦୟାନିଧି ସାହୁ,ଗାୟକ ସୁରେନ୍ଦ୍ର ରାଉତ,ଅଦୈତ୍ଯ ଦାସ, ହରିଶ୍ଚନ୍ଦ୍ର ବେହେରା,ପଞ୍ଚାନନ ପରିଡ଼ା, ହରିଶ୍ଚନ୍ଦ୍ର ସେନାପତି,ରାମହରି ଜେନା,ଅଞ୍ଜଳୀ ରାଉତ ଏବଂ ରଘୁନାଥ ରଣାଙ୍କ ଦୁଇ ପୁଅ ଶିବାନନ୍ଦ ରଣା ଓ ବିବେକାନନ୍ଦ ରଣା ଉପସ୍ଥିତ ଥିଲେ ।ପରିଶେଷରେ ଗୁରୁ ରଘୁନାଥ ରଣାଙ୍କ ଛାତ୍ର ଛାତ୍ରୀ ଙ୍କ ଦ୍ବାରା ଗୁରୁଙ୍କ ଉଦ୍ଦେଶ୍ଯ ରେ ପାଲା ପରିବେଷଣ କରିଥିଲେ ।
