ରାତିରେ ବିଲମାଳେ ମୃତ ଶରୀର ପାଖରେ ଦେଢ଼ ବର୍ଷର ଝିଅ ଜଗି ରହିଛି
ପାପକର୍ମ କରି ନିଜ ପରିବାର ଜଳାଞ୍ଜଳି ଦେବା ସହ ନିରୀହ ଶିଶୁକୁ ଚାହିଁଲାଣି ଜନ୍ମ କରିଥିବା ମା। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାର କମଳପୁର ଓ ଗୁଡିଆପଲି ଗ୍ରାମ ର ମଧ୍ଯ ଭାଗରେ ଥିବା ଏକ ତୋଟା ନିକଟରୁ ଆଜି ଭୋରୁ ଏକ ବିବାହିତ ମହିଳାଙ୍କ ମୃତ ଦେହ କୁ ଉଦ୍ଧାର କରିଛି କବିସୂର୍ଯ୍ୟନଗର ପୋଲିସ ପ୍ରଶାସନ । ତେବେ ଗତ ରାତିରେ ଏହି ଘଟଣା ଘଟିଥିବା କୁହାଯାଉଥିବା ବେଳେ ଝିପିଝିପି ବର୍ଷା ସାଙ୍ଗକୁ କିଟିମିଟି ରାତିର ଅନ୍ଧାରରେ ନିଜ ମାର ମର ଶରୀର ପାଖରେ ଦୁଇବର୍ଷର ଶିଶୁ କନ୍ୟାଟିଏ ବସିଥିଲା । ରାତି ପାହିଲା ଲୋକେ ଜମିକୁ ଗଲେ ଘଟଣାର ହୋଇଥିଲା ପ୍ରଘଟ । ସ୍ତାନିୟ ଲୋକମାନେ କବିସୂର୍ଯ୍ୟନଗର ପୋଲିସ କୁ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ପରେ ପରେ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିଲା ଯେ ମୃତକ ଜଣକ ଭାଗ୍ୟଶ୍ରୀ ନାୟକ, ଘର ଅର୍ଜୁନପଲ୍ଲି ବୋଲି ଜଣାପଡିଥିବା ବେଳେ କୋଟିନଡା ଥାନା ଭେଟନଇ ଗ୍ରାମରେ ଦୀପକ ଦାସ ଙ୍କୁ ୦୬ବର୍ଷ ତଳେ ବିବାହ କରିଥିଲେ ।

ତେବେ ଭାଗ୍ୟଶ୍ରୀଙ୍କ ମୃତ୍ୟୁ କିଭଳି ଘଟିଲା ତାହାର କାରଣ ଏବେ ବି ଅସ୍ଵଷ୍ଟ ଥିବା ବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି । ଘଟଣା ସ୍ଥଳେ ସାଇଣ୍ଟିଫିକ ଦଳ ପହଞ୍ଚି ତଦନ୍ତ କରି ଫେରିଛନ୍ତି। ପରିବାର ପକ୍ଷରୁ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ସିଧାସଳଖ ଅଭିଯୋଗ ହୋଇଛି । ଭାଗ୍ୟଶ୍ରୀ ଙ୍କ ୦୫ବର୍ଷର ଏକ ପୁଅ ଓ ଦେଢ଼ ବର୍ଷର ଝିଅ ଅଛି l ଗତ ୦୪ ଦିନ ତଳେ ଶ୍ୱଶୁର ଘରୁ କେଉଁଆଡେ ଚାଲି ଯାଇଥିବା ପରିବାର ଅଭିଯୋଗ ଆଣିଛନ୍ତି l ଆସିକା ମେଡିକାଲ ରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ କହିଛି
