ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା
ବୁଗୁଡ଼ା ବନାଞ୍ଚଳ ତରଫରୁ ୭୦ ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ଉପଲକ୍ଷେ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାର କନିଷ୍ଠ ବିଭାଗରେ ନିଉ ଏରା ପବ୍ଲିକ୍ ସ୍କୁଲ୍ ର ସୁଚେତା ମହାପାତ୍ର ପ୍ରଥମ ସ୍ଥାନ, ବି ଏନ ବାଳିକା ଉଚ୍ଚ ବିଦ୍ୟାଳୟର ଅଙ୍କିତା ବରାଡ ଦ୍ଵିତୀୟ ଏବଂ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସୁରଜ କୁମାର ସେଠୀ ଓ ସରସ୍ଵତୀ ଶିଶୁ ମନ୍ଦିରର ଆଦିତ୍ୟ ପ୍ରଧାନ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ବରିଷ୍ଠ ବିଭାଗରେ ସରସ୍ଵତୀ ଶିଶୁ ମନ୍ଦିରର ପୁନମ୍ ପ୍ରଧାନ ପ୍ରଥମ, ନିଉ ଏରା ପବ୍ଲିକ ସ୍କୁଲର ରିତେଶ ରାଉତ ଦ୍ବିତୀୟ ଓ ବିରଞ୍ଚି ନାରାୟଣ ପବ୍ଲିକ ସ୍କୁଲର ସାଇନା ସଲୋନିକା ତୃତୀୟ ସ୍ଥାନ ଅଧିକାର କରିଥିଲେ। ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ପ୍ରତିଯୋଗିତାରେ ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌରୀ ଶଙ୍କର ମିଶ୍ର ଓ ବରିଷ୍ଠ ନାଗରିକ ମଞ୍ଚର ଅଧ୍ୟକ୍ଷ ଗଙ୍ଗାଧର ବିଷୋୟୀ ଯୋଗ ଦେଇ ଥିଲେ। ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନେ ପୁରସ୍କୃତ ହୋଇ ଉପଖଣ୍ଡ ସ୍ତରକୁ ମନୋନୀତ ହୋଇଥିଲେ।

ସଂଯୋଜକ ସୁରେଶ ପ୍ରସାଦ ସରାଫଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫରେଷ୍ଟର କ୍ଷୀରୋଦ କୁମାର ଗୌଡ, ସୁବୋଧ ବେହେରା, ବର୍ଷାରାଣୀ ଦାଶ, ବର୍ଷାରାଣୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ।
