ଟ୍ରାକ୍ଟର – ବାଇକ୍ ମୁହାଁମୁହିଁ ଧକ୍କା

ବୁଗୁଡା ଥାନା ଅନ୍ତର୍ଗତ କଞ୍ଚୁରୁ ବଡଶଙ୍ଖ ନିକଟରେ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ଗୁରୁତର ଏବଂ ଅନ୍ୟ ଜଣକ ଆହତ ହୋଇଥିବା ଜଣାଯାଇଛି । ଗୁରୁତର ଯୁବକ ଜଣକ ହେଲେ ମାଣିବନ୍ଧ ଗାଁର ସୁମନ ସେନାପତି (୩୧)ଓ ଆହତ ଜଣକ ମିଥୁନ ସ୍ବାଇଁ (୩୨) । ପ୍ରକାଶ ଯେ , ଆଜି ରାତି ପ୍ରାୟ ଆଠଟା ବେଳେ ସୁମନ ଓ ମିଥୁନ ଏକ ବାଇକରେ ପାଙ୍ଗିଡି ଗ୍ରାମକୁ ଆସୁଥିବା ବେଳେ ସାମନା ପଟୁ ଯାଉଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରେ ଉଭୟେ ଆହତ ଅବସ୍ଥାରେ ପଡିଥିଲା ବେଳେ ଟ୍ରାକ୍ଟର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡିକାଲକୁ ପଠାଇଥିଲେ । ଦୁର୍ଘଟଣାରେ ସୁମନଙ୍କ ଡାହାଣ ଗୋଡଟି ଭାଙ୍ଗି ଯାଇଥିବା ବେଳେ ମିଥୁନ ଦେହସାରା ଖଣ୍ଡିଆ ଖାବରା ହୋଇଯାଇଥିଲା । ସୁମନଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Leave a Reply

Your email address will not be published. Required fields are marked *