ସିଙ୍ଗାପୁର ରେ ବିଧାୟକ ଙ୍କ ସମ୍ବର୍ଦ୍ଧନା ସଭା

ସିଙ୍ଗାପୁର ରେ ବିଧାୟକ ଙ୍କ ସମ୍ବର୍ଦ୍ଧନା ସଭା ଓ ଜନ ଶୁଣାଣୀ କାର୍ଯ୍ୟକ୍ରମ l ବୁଲିବୁଲି ଲୋକ ମାନଙ୍କ ସମସ୍ୟା ପଚାରିବୁଝିଲେ l ତୁରନ୍ତ ସମାଧାନ କରିବାପାଇଁ ପ୍ରତିଶୃତି ଦେଲେ l ଧର୍ମଶାଳା ସିଙ୍ଗାପୁର ପଞ୍ଚାୟତର ସିଙ୍ଗାପୁର ଗ୍ରାମରେ ବିଧାୟକ ହିମାଂଶୁ ଶେଖର ସାହୁ ଙ୍କ ସମ୍ବର୍ଦ୍ଧନା ସଭା ଓ ଜନ ଶୁଣାଣୀ କାର୍ଯ୍ଯ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି l ଏହି ସଭା ରେ ଶହ ଶହ ସମର୍ଥକ ଯୋଗଦେଇ ବିଧାୟକ ଶ୍ରୀ ସାହୁ ଙ୍କୁ ସମ୍ବର୍ଦ୍ଧନା ଜଣେଇ ଥିଲେ l ପ୍ରଥମେ ନାରାୟଣ ଗୋସେଇଁ ଙ୍କ ପୂଜା ଅର୍ଚ୍ଚନା କରି ପରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ସଭା ସ୍ଥଳକୁ ଆସିବା ପୂର୍ବରୁ ରାସ୍ତାରେ ଶତାଧିକ ସ୍ଥାନରେ ଶ୍ରୀ ବିଧାୟକ ମହିଳା ମାନେ ଫୁଲ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ l ଶହ ଶହ ଲୋକ ଅଭିଯୋଗ ପ୍ରକୋଷ୍ଟ ରେ ସେମାନଙ୍କ ର ଅଭିଯୋଗ ଜଣେଇ ଥିଲେ l ଭାଷଣ ମାଧ୍ୟମ ରେ କହିଥିଲେ ଯେ ବିଜେପି ସରକାର ରେ କୌଣସି ଦଳିତ, ଅସହାୟ, ନିଷ୍ପେସିତ, ଦୁଃଖୀ, ଦାରିଦ୍ର୍ୟ ଅବହେଳିତ ଅବସ୍ଥା ରେ ରହିବେ ନାହିଁ l ସମସ୍ତ ଙ୍କ ଦୁଃଖ ଦୂର କରାଯିବ l ଏଣୁ ଆଜି ଏହିପ୍ରୋକଷ୍ଟ ମାଧ୍ୟମ ରେ ସମସ୍ତ ଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଟ କରାଯାଇଛି l

Leave a Reply

Your email address will not be published. Required fields are marked *