ସରକାରୀ ଜମି ଜବରଦଖଲ ଉଚ୍ଛେଦ
– ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ତହସିଲ ଅଧିନରେ ଥିବା ଜିରାଳ ରାଜସ୍ବ ସର୍କଲ ଅଧିନସ୍ଥ ଆରଖପାଳ ମୌଜା ରେ ସରକାରୀ ଜମି କୁ ଜବର ଦଖଲ କରି ରଖିଥିବା୪ ଜଣ ବ୍ୟକ୍ତି ଙ୍କ ଘର ଭାଙ୍ଗିବା ନିମନ୍ତେ ନିର୍ଦ୍ଦେଶ ହୋଇଛି। ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ କାମାକ୍ଷାନଗର ଅତିରିକ୍ତ ତହସିଲଦାର ଆରଣ୍ୟକ ସ୍ୱାଇଁ ପୋଲିସ ସହ ଘଟଣା ସ୍ଥଳ ରେ ପହଞ୍ଚିଥିଲେ ।

ଡ଼ାକବାଜି ଯନ୍ତ୍ର ଦ୍ବାରା ଘରୁ ବାହାରି ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ଜବର ଦଖଲକାରି ଗଗନ ତରାଇ,ଗୌରାଙ୍ଗ ନାୟକ ନିତ୍ୟାନନ୍ଦ ନାୟକ ଓ ଦୁଃଶାସନ ସାହୁ ଖାତା ନମ୍ୱର ୨୩୭ ପ୍ଲଟ ନମ୍ବର ୧୨୦୫, ୧୧୭୬ ଓ ୨୧୦୫ ରେ ଦଖଲ କରି ରହିଥିବାରୁ ସେସବୁ କୁ ଭାଙ୍ଗି ଦିଆଯାଇଛି।
