ଆକାଶ ଙ୍କ ଅଭିଯାନ “ସବୁଜ ସୁନ୍ଦର କୋରେଇ”

**କୋରେଇ ବ୍ଲକ୍ ଖମଣ ଗ୍ରାମପଂଚାୟତ ଶଙ୍ଖଚିଲା ହିଙ୍ଗୁଳା ପୀଠରେ ମା’ଙ୍କୁ ଦର୍ଶନ କରି ଶଙ୍ଖଚିଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୋରେଇର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ବୃକ୍ଷରୋପଣ କରି “ସବୁକ ସୁନ୍ଦର କୋରେଇ” ଅଭିଯାନର ଶୁଭାରମ୍ଭ କରିଥିଲେ l ଶଙ୍ଖଚିଲା ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠ, ବଢେଇଟିକର ବୁଢୀ ବାସୁଳେଇ ପୀଠରେ ବୃକ୍ଷରୋପଣ କରାଯାଇଥିଲା l ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଶଙ୍ଖଚିଲା ବଜାର, ମଠପାଟଣା, ବଢେଇଟିକର, ଠାକୁରପାଟଣା ଗ୍ରାମରେ ପାଖାପାଖି ୪୦୦୦ ପିଜୁଳି, ଆମ୍ବ, ଲେମ୍ବୁ, ପଣସ ଆଦି ବିଭିନ୍ନ ପ୍ରକାର ବୃକ୍ଷ ବଂଟନ କରାଯାଇଥିଲା l ବର୍ତମାନ ଜଳବାୟୂ ପରିବର୍ତନ ଯୋଗୁ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକ ଘଟୁଛି ଓ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାସହ ଅନେକ ଧନଜୀବନ ହାନୀ ହେଉଛି l ଗଛ ଲଗାଇବା ଦ୍ୱାରା ଏହିସବୁ ସମସ୍ୟାରୁ କିଛିମାତ୍ରାରେ ମୁକ୍ତି ମିଳିପାରିବ ବୋଲି ଆଶା ବାନ୍ଧିଛନ୍ତି ବିଧାୟକ ଶ୍ରୀ ଦାସନାୟକ l ନିଜର କର୍ମମୟ ଜୀବନରୁ ସମୟ ବାହାରକରି ସମସ୍ତଙ୍କୁ କିଛି କିଛି ଗଛ ଲଗାଇବାକୁ ନିବେଦନ କରିଛନ୍ତି l ତାଙ୍କର ଏହି ପ୍ରୟାସ ଆଗାମୀ ପିଢିପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବ l ଆସନ୍ତୁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କରିବା l କୋରେଇକୁ ସବୁଜସୁନ୍ଦର କରି ଗଢିତୋଳିବା l ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ଘରେ ଗଛ ପହଂଚାଇବା ପାଇଁ ଶ୍ରୀ ଦାସନାୟକ ପ୍ରୟାସ ଜାରି ରଖିଛନ୍ତି l

Leave a Reply

Your email address will not be published. Required fields are marked *