ଗୋବିନ୍ଦ ପ୍ରସାଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

ସମାଜସେବୀ ତଥା ଗୋ-ସେବକ ଗୋବିନ୍ଦ ପ୍ରସାଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ବାଘ ଆଖଡ଼ା ମଠ ପରିସର , ଶ୍ରୀଜଗନ୍ନାଥ ଗୋ ସେବା ସଂସ୍ଥାନମ, ଗୋ ଚିକିତ୍ସାଳୟ ତଥା ପୁରୀ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଆୟୋଜିତ ହୋଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ଓ ସ୍ମୃତି ଚାରଣ ସଭାକୁ ଗୋବିନ୍ଦ ପ୍ରସାଦ ମହାନ୍ତିଙ୍କ କନ୍ୟା କ୍ରିଷ୍ଣା ପ୍ରିୟଦର୍ଶିନୀ, ଜ୍ୱାଇଁ ଜ୍ୟୋତିରଞ୍ଜନ ମହାପାତ୍ର, ଦେବେନ୍ଦ୍ର ତ୍ରିପାଠୀ, ଦେବଦତ୍ତ ମହାନ୍ତି, ଗଙ୍ଗାଧର ମହାରଣା, ଚିନ୍ମୟୀ ଦେଓ, ବରିଷ୍ଠ ନାଗରିକ ମଞ୍ଚ ସଭାପତି ଡକ୍ଟର କାର୍ତ୍ତିକ କୁମାର ଦାସ, ସମ୍ପାଦକ ଦେବେନ୍ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ପ୍ରାରମ୍ଭରେ ଫଟୋଚିତ୍ରରେ ଧୂପ, ଦୀପ, ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପରେ ସଂକୀର୍ତ୍ତନ, ସ୍ମୃତି ଚାରଣ ଏବଂ ମହାପ୍ରସାଦ ସେବନ କରାଯାଇଥିଲା । ଏହି ସଭାରେ ଗୋବିନ୍ଦ ପ୍ରସାଦ ମହାନ୍ତିଙ୍କ ବନ୍ଧୁ, ପରିବାରର ସଦସ୍ୟ, ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ, ଶ୍ରୀଜଗନ୍ନାଥ ଗୋସେବା ସଂସ୍ଥାନମର କର୍ମକର୍ତ୍ତା, ସ୍ଥାନୀୟ ଶୁଭଚିନ୍ତକଙ୍କ ସମେତ ବହୁ ସମାଜସେବୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *