ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁର୍ମୀ ନାଶକ ଦିବସ ପାଳିତ

– ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସମ୍ବିତ ରାଉତ ମୁଖ୍ୟ ଅତିଥିଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀମାନଙ୍କୁ କୃମିନାଶକ ବଟିକା ବଣ୍ଟନ କରିଥିଲେ ଏବଂ ସ୍ୱାସ୍ଥ ହିଁ ସମ୍ପଦ ,ଏଣୁ ଏହି କୃମିନାଶକ କାର୍ଯ୍ୟକ୍ରମ ଆମ ସ୍ୱାସ୍ଥ ସମ୍ପଦର ଏକ ଅଂଶ ବିଶେଷ ଏଣୁ କୃମି ସଂକ୍ରମିତ ନ ହେବା ପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ । ସମସ୍ତ ୧ ବର୍ଷରୁ ୧୫ ବର୍ଷର ପିଲାମାନେ କୃମିନାଶ ପାଇଁ କୃମିନାଶକ ବଟିକା ଖାଇବା ଉଚିତ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ଃ ଶତ୍ରୁଘ୍ନ ଦାସ ଉପସ୍ଥିତ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ସହକାରୀ ଚିକିତ୍ସା ଅଧିକାରୀ ଡ. ପ୍ରମୋଦ କୁମାର ବାରିକ, ଡି.ପି.ଏମ୍ ଚକ୍ରଧର ଜେନା ,ସଚଳା ମହାନ୍ତି ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ସୁକାନ୍ତ କୁମାର ପ୍ରଧାନ ଓ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ , ଛାତ୍ରୀ , ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *