ଉମରକୋଟ ଠାରେ ବିଶ୍ବ ଆଦିବାସୀ ଦିବସ ର ମହା ସମାବେଶ

। ଅଗଷ୍ଟ ମାସ ୯ ତାରିଖ ଦିନ ଉମରକୋଟ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ପାଳିତ ହୋଇଯାଇଛି। ଏହି ଦିବସରେ ଆଦିବାସୀ ମାନେ ଉମରକୋଟ ସହରରେ ଏକ ବିଶାଳ ରାଲି ଜରିଆରେ ନିଜ ହକ ପାଇଁ ଦାବି ପ୍ରକାଶ କରି ୨୦ ହଜାର ରୁ ଉର୍ଦ୍ଧ ଆଦିବାସୀ ଯୋଗ ଦେଇ ମହାସମାବେଶ କରିଥିଲେ। ଶୁକ୍ରବାର ଅଗଷ୍ଟ ମାସ୯ତାରିଖ ଦିନ ସମଗ୍ର ନବରଙ୍ଗପୁର ଜିଲାରୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ଏକତ୍ର ହୋଇ ଉମରକୋଟ ଡିଏନକେ ପଡିଆ ଠାରୁ ଏକ ବିଶାଳ ରାଲି ବାହାରି ଥିଲା। ରାଲିରେ ଆଦିବାସୀ ମାନେ ପାରମ୍ପରିକ କାଠରେ ତିଆରି ଅସ୍ତ୍ର ଶସ୍ତ୍ର, କୃଷୀ ସାମଗ୍ରୀ ଧରି ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଆଦିବାସୀ ନାଚ ଓ କୋରାପୁଟ ର ଦୁରୁଆ ନାଚ ପରିବେଷଣ କରାଯାଇଥିଲା। ପରେ ରାଲି ଉମରକୋଟ ତହସିଲ କାର୍ଯ୍ୟାଳୟ ଯାଇ ତହସିଲଦାର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରି ବିଶ୍ବ ଆଦିବାସୀ ଦିବସ କୁ ସରକାରୀ ଛୁଟି ଘୋଷଣା, ଉମରକୋଟ କୁ ଉପଖଣ୍ଡ ମାନ୍ୟତା, ରକ୍ତ ଭଣ୍ଡାର ପ୍ରତିଷ୍ଠା କରିବା ଜିଲା ଭିତ୍ତିକ ନିଯୁକ୍ତି ଇତ୍ୟାଦି ଦାବୀ କରା ଯାଇଥିଲା। ପରେ ଆର ଏମ ସି ୟାର୍ଡ ରେ ପହଂଚି ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା। ଯେଉଁଠି କି ଜିଲା ର ସମସ୍ତ ଆଦିବାସୀ ନେତା ମାନେ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥି ମାନେ ଆଦିବାସୀ ମହାପ୍ରଭୁ ଓ ପାରମ୍ପରିକ ଦେବା ଦେବୀ ଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ। ଜିଲା ଜନଜାତି ସୁରକ୍ଷା ମଂଚ ର କୋଷାଧ୍ୟକ୍ଷ ଦଶରଥ ଗଣ୍ଡ ଓ ଜିଲା ସଂଯୋଜକ ରାଜମନ ଭତ୍ରା ମଞ୍ଚ ପରିଚାଳନା କରି ଥିଲେ। ସ୍ଵାଗତ ଭାଷଣ ଜିଲା ଜନଜାତି ସୁରକ୍ଷା ମଂଚର ଜିଲା ସଭାପତି ଗୋପୀ ନାଥ ମାଝି ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ବକ୍ତା ଭାବେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଙ୍ଗ ର ସଭାପତି ଅର୍ଜ୍ଜୁନ ଭତ୍ରା , ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି, ପୂର୍ବତନ ସାଂସଦ ଭଗବାନ ମାଝି, ନବରଙ୍ଗପୁର ବିଧାୟକ ଗୌରୀ ମାଝି, ଡାବୁଗାଁ ବିଧାୟକ ମୋନହର ରନ୍ଧାରୀ, ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପୂର୍ବତନ ବିଧାୟକ ସଦନ ନାୟକ, ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝି,ଉମରକୋଟ ପୌର ଅଧକ୍ଷା ରାଧା ଭତ୍ରା ଓ ୧୪ ଟି ଆଦିବାସୀ ସମ୍ପ୍ରଦାୟ ର ଜିଲା ସଭାପତି, ୧୦ ଟା ବ୍ଲକ ର ଜନ ଜାତି ସମ୍ପ୍ରଦାୟ ର ସଭାପତି, ୧୦ଟି ବ୍ଲକ୍ ର ଅଧ୍ୟକ୍ଷ,ସମିତି ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ଭୁବନେଶ୍ଵର ଠାରେ ୧୫୦ କୋଟି ଟଙ୍କା ର ଆଦିବାସୀ ଭବନ ନିର୍ମାଣ ହେବ ବୋଲି ଘୋଷଣା କରିବା ସହ ଉମରକୋଟ ଠାରେ ମିଥାଇଲ କାରଖାନା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ରନ୍ଧାରୀ ଜିଲାର ଯେଉଁ ଆଦିବାସୀଛାତ୍ରୀ, ଛାତ୍ର ପାଇଲଟ୍ ଟ୍ରେନିଂ ନେବେ ତାକୁ ଆର୍ଥିକ ସହାୟତା ପ୍ରଦାନ କରିବି ବୋଲି ପ୍ରତିଶ୍ରୁତି ଦେଈଥିଲେ। ଆଦିବାସୀ ମାନଙ୍କ ମଧ୍ୟରେ ଏକତା ବଜାୟ ରଖିବା ପାଇଁ ପୂର୍ବତନ ସାଂସଦ ରମେଶ ମାଝି ତାଙ୍କ ଅଭିଭାଷଣ ରେ କହିଥିଲେ। ଶେଷ ରେ ଉମରକୋଟ ଜନ ଜାତି ସୁରକ୍ଷା ମଂଚ ର ବ୍ଲକ ସଭାପତି ଧନ୍ୟବାଦ୍ ପ୍ରସ୍ତାବ ପ୍ରଦାନ କରିଥିଲେ। ଉମରକୋଟ ବ୍ଲକ ଜନ ଜାତି ସୁରକ୍ଷା ମଂଚ ର ସମସ୍ତ କାର୍ଯ୍ୟ କର୍ତ୍ତା ମାନେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *